ETV Bharat / state

ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

author img

By ETV Bharat Odisha Team

Published : Sep 14, 2023, 9:04 AM IST

Updated : Sep 14, 2023, 3:04 PM IST

hirakud dam
hirakud dam

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୨ଟି ଗେଟ । ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଗେଟ ଖୋଲାଯିବା ପରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

hirakud dam

ସମ୍ବଲପୁର: ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଆଜି ପୁଣି ହୀରାକୁଦର ଆଉ ୧୨ଟି ଗେଟ୍‌ ଖୋଲା ଯାଇଛି l ବୁଧବାର ୨ଟି ଗେଟ୍‌ ଖୋଲିଥିବା ବେଳେ ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତାଠାରୁ ଅଧିକ ପାଣି ରହିଛି । ତେଣୁ ଜଳ ନିଷ୍କାସନ ପାଇଁ ୧୪ଟି ଗେଟ୍‌ ଖୋଲାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୁଣି ଖୋଲିଲା ହୀରାକୁଦର 2ଟି ଗେଟ, ‘ଜଳସ୍ତର ବଢିଲେ ଖୋଲିବ ଆହୁରି ଗେଟ୍’

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର ୬୨୮.୭୧ ଫୁଟ୍‌ରେ ପହଞ୍ଚିଛି । ବନ୍ୟା ଜଳରେ ଡ୍ୟାମ ପୂର୍ଣ୍ଣ ହେବା ପାଇଁ ଆଉ ୨ ଫୁଟରୁ ବି କମ୍‌ କ୍ଷମତା ରହିଛି । ତେଣୁ ଜଳସ୍ତରକୁ ନିୟନ୍ତ୍ରଣ କରିବାକୁ ଏହି ଗେଟ୍‌ ଖୋଲାଆ ଯିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୪୨,୦୭୨ କ୍ୟୁସେକ୍‌ ବନ୍ୟା ଜଳ ପ୍ରବେଶ କରୁଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ ମୋଟ ୧୪ଟି ଗେଟ୍‌ ଖୋଲାଯାଇଛି l ଏହା ପୂର୍ବରୁ ବୁଧବାର ରାଜ୍ୟ ଜଳ ସମ୍ପଦ ବିଭାଗ ଓ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଦେଇଥିଲେ ।

ଗତକାଲି (ବୁଧବାର) ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯାଇଥିଲା । ରାତି ସାରା ଏହି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଜଳସ୍ତର ଅଧିକ ରହିଥିବାରୁ ଆଜି (ଗୁରୁବାର) ଆଉ ୧୨ଟି ଗେଟ ଖୋଲାଯାଇଛି । ଇନ- ଫ୍ଲୋ ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ ଆଜି ଗେଟ ଖୋଲା ଯାଇଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଗକୁ ମଧ୍ୟ ଆହୁରି ଅଧିକ ଗେଟ ଖୋଲାଯିବା ନେଇ ସମ୍ଭାବନା ମଧ୍ୟ ରହିଛି । ଏହାପୂର୍ବରୁ ଜୁଲାଇ ମାସରେ ପ୍ରବଳବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହୋଇଥିଲା। ଫଳରେ ଜୁଲାଇ ୨୫ ତାରିଖରେ ହୀରାକୁଦର ୧୨ଟି ଗେଟ୍ ଖୋଲାଯାଇଥିଲା । ପ୍ରଥମେ ୨୩ ତାରିଖ ଦିନ ୫ଟି ଗେଟ୍ ଖୋଲିଥିବା ବେଳେ ପରେ ୩ଟି ଗେଟ୍ ଖୋଲା ଯାଇଥିଲା । ଏହାପରେ ୪ଟି ଗେଟ୍ ଖୋଲିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated :Sep 14, 2023, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.