ETV Bharat / state

ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କୁ ହତ୍ୟା କରି ଯୁବକର ଆତ୍ମହତ୍ୟା ଉଦ୍ୟମ

author img

By

Published : Sep 3, 2022, 9:36 PM IST

young man attempt suicide after killed a girl for one sided love in rayagada
ଏକ ତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କୁ ହତ୍ୟା କରି ଯୁବକର ଆତ୍ମହତ୍ୟା ଉଦ୍ୟମ

ଏକ ତରଫା ପ୍ରେମକୁ ନେଇ ଯୁବକର ବର୍ବର କାଣ୍ଡ । ଯୁବତୀଙ୍କୁ ହତ୍ୟା କରି ଯୁବକର ଆତ୍ମହତ୍ୟା ଉଦ୍ୟମ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଉଷାପଡା ଗ୍ରାମରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଏକ ତରଫା ପ୍ରେମକୁ ନେଇ ଯୁବତୀଙ୍କୁ ହତ୍ୟା ପରେ ଯୁବକର ଆତ୍ମହତ୍ୟା ଉଦମ୍ୟ (young man attempt suicide after killed a girl) । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଯୁବତୀ ଉଦ୍ଧାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକକୁ ରାୟଗଡା ସ୍ଥାନାନ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଉଷାପଡା ଓ ମୁଣ୍ଡାଗାଁ ଗ୍ରାମରେ ।

ଏକ ତରଫା ପ୍ରେମର କରୁଣ ପରିଣତି

ସୂଚନା ଅନୁଯାୟୀ, ସାନମାଟିକଣା ଗ୍ରାମର ଯୁବତୀ ରିମା ମାଝୀ ସବୁଦିନ ଭଳି ଦିନ ମଜୁରିଆ ପାଇଁ ଊଷାପଡା ଗାଁକୁ ଆସିଥିଲା । ମଧ୍ୟାହ୍ନରେ ଖାଇବା ପାଇଁ ନିଜ ସାଥିଙ୍କ ସହ ଯିବା ସମୟରେ ବାଟରେ ଛପି ରହିଥିବା ମୁଣ୍ଡାଗାଁ ଗ୍ରାମର ଯୁବକ ରଶିକ ପ୍ରଧାନ ହଠାତ ଏକ ଛୁରୀ ସାହାଯ୍ୟରେ ବେକକୁ କାଟିଦେଇଥିଲା । ରିମାଙ୍କ ସାଥୀରେ ଥିବା ଯୁବତୀମାନେ ରଶିକକୁ ଅଟକାଇବାକୁ ଯାଇ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଏହାପରେ ଉକ୍ତ ଯୁବକ ଜଣକ ନିଜେ ମଧ୍ୟ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: କ୍ଷଣିକ ମଧ୍ୟରେ ଉଡିଲା ପ୍ରାଣବାୟୁ, ଡ୍ୟାନ୍ସ କରୁଥିଲେ ଟଳିପଡ଼ିଲେ

ତେବେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ପଡ଼ିଥିବା ଦେଖି ଲୋକେ ସ୍ଥାନୀୟ ଟିକିରି ପୋଲିସକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚିବା ବେଳକୁ ରିମାଙ୍କ ମୃତ୍ୟୁ ଘଟିସାରିଥିଲା । ରଶିକକୁ ଗୁରୁତର ଅବସ୍ଥାରେ ପ୍ରଥମେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ରାୟଗଡା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ରଶିକ ଓ ରିମାଙ୍କ ମଧ୍ୟରେ ପୂର୍ବରୁ କୌଣସି ପ୍ରେମ ସମ୍ପର୍କ ନଥିଲା । କିନ୍ତୁ ରାଶିକ ଏକ ତରଫା ରିମାକୁ ଭଲପାଇ ବସିଥିଲା । ଏନେଇ ତାଙ୍କ ସମ୍ପର୍କୀୟ କହିଛନ୍ତି, "ପୂର୍ବରୁ ସେ ବିବାହିତ ହୋଇଥିବାବେଳେ ତାଙ୍କର ତିନୋଟି ସନ୍ତାନ ରହିଛନ୍ତି । ତେଣୁ ରିମାଙ୍କ ପରିବାର ଲୋକେ ବାହାଦେବାକୁ ମନା କରି ଦେବାପରେ ଏଭଳି କାଣ୍ଡ ଘଟାଇଛି ।" ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଛୁରୀ ଜବତ କରିବା ସହ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.