ETV Bharat / state

ଓଡିଶା ବିକାଶରେ ନଂ 1, ପୋଲ ଖୋଲିଲା ବିଜେପି - BJP targets bjd

author img

By ETV Bharat Odisha Team

Published : May 22, 2024, 9:16 PM IST

BJP TARGETS BJD: ବିଜେପି କହିଲା ସବୁଥିରେ ଓଡିଶା ପଛରେ । ହେଲେ ମିଛ ତଥ୍ୟ ଧରି ବିଜେଡି କହୁଛି ଓଡିଶା ଏକ ନମ୍ବର । ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ । ଅଧିକ ପଢନ୍ତୁ

ବିକାଶ ପ୍ରସଙ୍ଗରେ ବିଜେଡିକୁ ଆଟାକ୍ ,ସବୁଥିରେ ପଛରେ ଓଡିଶା: ବିଜେପି
ବିକାଶ ପ୍ରସଙ୍ଗରେ ବିଜେଡିକୁ ଆଟାକ୍ ,ସବୁଥିରେ ପଛରେ ଓଡିଶା: ବିଜେପି (ETV Bharat Odisha)

ବିକାଶ ପ୍ରସଙ୍ଗରେ ବିଜେଡିକୁ ଆଟାକ୍ ,ସବୁଥିରେ ପଛରେ ଓଡିଶା: ବିଜେପି (ETV Bharat Odisha)

ଭୁବନେଶ୍ବର: ବିଜେଡି ଉପରେ ବର୍ଷିଲା ବିଜେପି । ବିଜେଡିର ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର । ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ସବୁବେଳେ କହୁଛି ବିରୋଧୀଙ୍କୁ ବିକାଶ ଦେଖା ଯାଉନାହିଁ । ବିଜେଡିର ମୁଖପାତ୍ର ଏବଂ ସାଂସଦମାନେ କହୁଛନ୍ତି ଓଡିଶା ଏକ ନମ୍ବରରେ ଅଛି । ମୁଖମନ୍ତ୍ରୀ ବି ଏକ ନମ୍ବର । ବିଜେପି ଶାସିତ ରାଜ୍ୟ ଗୁଡିକ ପଛରେ ପଡ଼ିଛି । ହେଲେ ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ ।

ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି ଯେ, ସବୁ ଥିରେ ପଛରେ ଓଡିଶା ହେଲେ ମିଛ ତଥ୍ୟ ଧରି ବିଜେଡି କହୁଛି ଓଡିଶା ଏକ ନମ୍ବର । ନବୀନ ପଟ୍ଟନାୟକ ଏକ ନମ୍ବର । ବିଜେପି ଶାସିତ ରାଜ୍ୟ ପଛୁଆ ରହିଛି । ହେଲେ ନୀତି ଆୟୋଗ ରିପୋର୍ଟ କହୁଛି ସ୍ୱାସ୍ଥ୍ୟ ସୂଚଙ୍କାରେ 14 ନମ୍ବରରେ ଓଡିଶା । ସାମାଜିକ କ୍ଷେତ୍ରରେ 32 ନମ୍ବର ରାଜ୍ୟ । ରାଜ୍ୟରେ 48 ପ୍ରତିଶତ ଆଦିବାସୀ ନିରକ୍ଷର । ସହରାଞ୍ଚଳ ବିକାଶରେ ନୀତି ଆୟୋଗ ରିପୋର୍ଟରେ ଓଡିଶାର କୌଣସି ସହର ନାହିଁ । ଇଜ ଅଫ ଡୁଇଂ ବିଜିନେସରେ 29 ନମ୍ବରରେ ଓଡିଶା । ରପ୍ତାନି କ୍ଷେତ୍ରରେ 16 ନମ୍ବରରେ ଓଡିଶା । ପର୍ଯ୍ୟଟନରେ ଘରୋଇ ପର୍ଯ୍ୟଟକରେ 21 ନମ୍ବର । ପ୍ରତି ବର୍ଷ ମାତ୍ର 22000 ପର୍ଯ୍ୟଟକ ଓଡିଶା ଆସୁଛନ୍ତି ।

ଏହାସହ ଜଳ ସମ୍ପଦ ସୁପରିଚାଳନାରେ 17ଟି ରାଜ୍ୟରୁ ଓଡିଶା 14 ନମ୍ବରରେ । ଅକ୍ଷୟ ଶକ୍ତିରେ ଓଡିଶା 14 ନମ୍ବରରେ । ଚାଷୀ ଆୟରେ ତଳ ଆଡୁ 2 ନମ୍ବରରେ ଓଡିଶା । ଦରଦାମ ବୃଦ୍ଧି ନେଇ ଓଡ଼ିଶାରେ ମୁଦ୍ରାସ୍ପୀତି ହାର ସର୍ବାଧିକ । ବେରୋଜଗାରରେ ଓଡିଶା ଏକ ନମ୍ବର । 41 ପ୍ରତିଶତ ଯୁବକଙ୍କ ପାଇଁ ଚାକିରି ନାହିଁ । ସାରା ଦେଶରେ ଯେତେବେଳେ ୧୨୩ ଲକ୍ଷ ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ ହେଉଛି, ଆମ ରାଜ୍ୟ ବହୁ ପଛରେ । ଏ କ୍ଷେତ୍ରରେ ମହାରାଷ୍ଟ୍ର କରୁଛି ୨.୪ ଲକ୍ଷ କୋଟି ଟଙ୍କାର ସଫ୍ଟୱେର ଏକ୍ସପୋଟ । କର୍ଣ୍ଣାଟକ ପାଖାପାଖି ୪ଲକ୍ଷ କୋଟି ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ କରୁଛି । କିନ୍ତୁ ଓଡିଶା ମାତ୍ର ୫ହଜାର କୋଟି ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ କରୁଛି ।

ଏହା ମଧ୍ୟ ପଢନ୍ତୁ ......ଦିବ୍ୟାଙ୍ଗମାନଙ୍କ ସାମାଜିକ ଏବଂ ରାଜନେତିକ ଅଧିକାରକୁ ଛଡ଼ାଇ ନେଇଛି ବିଜେଡି: ବିଜେପି - Lok Sabha Election 2024

ସେ ଆହୁରି ମଧ୍ୟ କହିଛନ୍ତି ଯେ ,ଆମ ରାଜ୍ୟଠାରୁ କେବଳ ବିହାର ଓ ଝାଡଖଣ୍ଡ ଯେଉଁ ରାଜ୍ୟମାନେ ଏଯାଏଁ ସଫ୍ଟୱେର ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ନାହାଁନ୍ତି ସେହି ରାଜ୍ୟ ଦୁଇଟି ଓଡିଶା ପଛରେ ଅଛନ୍ତି । ସେହିପରି ଚିନି ଉତ୍ପାଦନରେ ଓଡିଶା ପ୍ରଥମ 15ଟି ଭିତରେ ଆସୁନାହିଁ । ରାଜ୍ୟରେ ଚିନି ଉତ୍ପାଦନ ବନ୍ଦ ହୋଇ ଯାଇଛି । ମିଲେଟ ମିଶନରେ 2000 କୋଟି ହୋଇଛି କିନ୍ତୁ ମିଲେଟ ଉତ୍ପାଦନରେ ଛୋଟ ରାଜ୍ୟ ଆଗରେ ବି ଓଡିଶା ପଛରେ । ବିଦେଶ ପୁଞ୍ଜି ନିବେଶ 19 ନମ୍ବରରେ ଅଛି ଓଡିଶା । ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ । ମାତୃ ଶିଶୁ ମୃତ୍ୟ ହାରରେ ଜାତୀୟ ହାରଠୁ ପଛରେ । ଶିକ୍ଷା କ୍ଷେତ୍ରରେ ଡ୍ରପ ଆଉଟ୍ ହାର ରାଜ୍ୟରେ 50 ପ୍ରତିଶତ । ତେବେ ବିଜେଡି କେମିତି କହୁଛି ଓଡିଶା ଏକ ନମ୍ବର ବୋଲି । କେବଳ ନିର୍ବାଚନ ଜିତିବା ପାଇଁ କହୁଛି ବିଜେଡି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.