କ୍ଷଣିକ ମଧ୍ୟରେ ଉଡିଲା ପ୍ରାଣବାୟୁ, ଡ୍ୟାନ୍ସ କରୁଥିଲେ ଟଳିପଡ଼ିଲେ

By

Published : Sep 3, 2022, 5:51 PM IST

Updated : Feb 3, 2023, 8:27 PM IST

thumbnail

ଉତ୍ତରପ୍ରଦେଶ ବରେଲିରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ବିସ୍ମୟକର ଘଟଣା । ଜନ୍ମଦିନ ପାର୍ଟିରେ ଡ୍ୟାନ୍ସ କରୁଥିବାବେଲେ ହଠାତ ଟଳିପଡ଼ିଲେ IVRI କର୍ମଚାରୀ (IVRI Worker died in Bareilly) ଏବଂ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପ୍ରେମନଗର ଥାନା ଅଞ୍ଚଳ (Premnagar Police Station Bareilly)ରେ ବାସ କରୁଥିବା ପ୍ରଭାତ କୁମାର (୪୫) । ସେ ଆଇଭିଆରଆଇରେ ସହାୟକ ଟେକନିସିଆନ ପଦରେ କାର୍ଯ୍ୟ କରୁଥିଲେ । ପ୍ରଭାତ ନିଜ ବନ୍ଧୁଙ୍କ ପୁଅର ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ସେଠାରେ ସେ ଖୁବ ଆନନ୍ଦର ସହିତ ବଲିଉଡ଼ର ଫିଲ୍ମର ହିଟ୍‌ ଗୀତରେ ନାଚୁଥିଲେ । ହେଲେ ହଠାତ ନାଚୁ ନାଚୁ ସେ ଟଳିପଡ଼ିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କ ନିକଟରେ ପହଞ୍ଚୁ ପହଞ୍ଚୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.