ETV Bharat / state

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୁଅ ଗୁଳିରେ ବାପା ମୃତ

author img

By

Published : Feb 28, 2023, 10:51 PM IST

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଗୁଡି ଗ୍ରାମରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୁଅ ଗୁଳିରେ ବାପା ମୃତ । ଅଧିକ ପଢ଼ନ୍ତୁ

ପୁଅ ଗୁଳିରେ ବାପା ମୃତ
son kills father in rayagada

ରାୟଗଡ଼ା: ପାରିବାରିକ କଳହର କରୁଣ ପରିଣତି, ସାମାନ୍ୟ ବଚସାକୁ ନେଇ ଗୁଳିକାଣ୍ଡ । ସ୍ତ୍ରୀକୁ ବଞ୍ଚେଇବାକୁ ଯାଇ ପୁଅର ଗୁଳି ମାଡରେ ବାପା ମୃତ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଗୁଡି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି କାଞ୍ଚିନୋ ଦଳବେହେରା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ରାତି ପାହିଲେ ଯୁକ୍ତ ଦୁଇ ପରୀକ୍ଷା, 3ଲକ୍ଷ 38ହଜାର 747 ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍

ସୂଚନା ଅନୁଯାୟୀ, ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଥାନା ଅଧୀନସ୍ଥ କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ରୁହନ୍ତି କାଞ୍ଚିନୋ ଦଳବେହେରାଙ୍କ ପରିବାର । ସେ ତାଙ୍କୁ ପୁ୍ଅ ମେଜୋନ୍ ଦଳବେହେରା ଓ ବୋହୂଙ୍କ ସହ ରହୁଥିଲେ । ଘଟଣା ଦିନ କୌଣସି କଥାକୁ ନେଇ ଶ୍ବଶୁର ଏବଂ ବୋହୂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ବୋହୂଙ୍କୁ ଜୀବନରୁ ମାରି ଦେବାପାଇଁ ଘରେ ଥିବା ଏକ ଦେଶୀ ଡବଲ ବେରେଲ ବନ୍ଧୁକ ଯୋଗେ ଗୁଳି ଚଳାଇବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କାଞ୍ଚିନୋଙ୍କ ପୁଅ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବନ୍ଧୁକ ଟିକୁ କାବୁ କରିବା କରିବା ସମୟରେ ହଠାତ ଗୁଳି ଫୁଟି କାଞ୍ଚିନୋଙ୍କ ଶରୀରରେ ବାଜି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

ମୃତ କାଞ୍ଚିନୋ ଦଳ ବେହେରା ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି । ହତ୍ୟା ଘଟଣା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଟାସିଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାସ୍ଥଳରୁ ଦେଶୀ ଡବଲ ବେରେଲ ବନ୍ଧୁକ ଜବତ କରିଛି । ସହ ଏହି ମାମଲାରେ ପୁଟାସିଂ ପୋଲିସ ପକ୍ଷରୁ ୩/୨୩ ଦଫା ୩୦୨, ଆର୍ମ ୨୫ ଓ ୨୭ରେ ଏକ ମାମଲା ରୁଜୁ କରାଯାଇ କାଞ୍ଚିନୋ ଦଳବେହେରାଙ୍କ ପୁଅ ମେଜୋନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ରାୟଗଡ଼ାରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି । ପ୍ରାଥମିକ ତଦନ୍ତ ସମୟରେ କାଞ୍ଚିନୋ ଦଳବେହେରାଙ୍କ ପାଖରେ ଥିବା ଏକ ଦେଶୀ ଡବଲ ବେରେଲ ବନ୍ଧୁକଟିର ଲାଇସେନ୍ସ ନଥିବା ଜଣାପଡିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.