ETV Bharat / state

ଜନନୀ ଯନ୍ତ୍ରଣା, ବାଇକରେ ବୁହାହେଲେ ଗର୍ଭବତୀ

author img

By

Published : Oct 25, 2022, 9:50 PM IST

ଖାରପ ରାସ୍ତା ଯୋଗୁଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ । ଫଳରେ ବାଇକରେ ବୁହାହେଲେ ଗର୍ଭବତୀ । ଏପରି ଘଟଣା ଘଟିିଛି ରାୟଗଜା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର କୋଡିଗୁମା ଗ୍ରାମରେ । ଅଧିକ ପଢନ୍ତୁ

pregnant woman carried on bike
ରାୟଗଡାରେ ଜନନୀ ଯନ୍ତ୍ରଣା, ବାଇକରେ ବୁହାହେଲେ ଗର୍ଭବତୀ

ରାୟଗଡା: ଗାଁକୁ ନଥିଲା ଭଲ ରାସ୍ତା । ଫଳରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଲେ ଗର୍ଭବତୀ । ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ । ବାଇକରେ 3 କିଲୋମିଟର ବୁହା ହେବା ପରେ ଡାକ୍ତରଖାନାରେ ପହଞ୍ଚିଲେ ଗର୍ଭବତୀ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର କୋଡିଗୁମା ଗ୍ରାମରେ ।

ରାୟଗଡାରେ ଜନନୀ ଯନ୍ତ୍ରଣା, ବାଇକରେ ବୁହାହେଲେ ଗର୍ଭବତୀ

ସୂଚନାଅନୁଯାୟୀ ବିଷମକଟକ ବ୍କକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର କୋଡିଗୁମା ଗ୍ରାମର ରାମ ହରିଜନଙ୍କ ସ୍ତ୍ରୀ ରେବତୀ ହରିଜନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ । ଗାଁକୁ ରାସ୍ତାଟିଏ ନଥିବାରୁ ଅଧାବାଟରେ ଅଟକିଥିଲା ଆମ୍ବୁଲାନ୍ସ । ଗାଁରୁ 3 କିମି ଦୂର ଟିକରପଡା ଆମ୍ବ ତୋଟାରେ ଆମ୍ବୁଲାନ୍ସ ରହିଥିଲା । ପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ମୋଟର ସାଇକେଲ ଯୋଗେ ଗର୍ଭବତୀ ରେବତୀଙ୍କୁ ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଶେଷରେ ରେବତୀଙ୍କୁ ବିଷମକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରେବତୀଙ୍କ ଅବସ୍ଥା ଭଲ ଥିବା ଜଣାପଡିିଛି ।

ଏହା ବି ପଢନ୍ତୁ...ବାଣ ଫୁଟାକୁ ନେଇ ବିବାଦ, ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ସ୍ବାଧୀନତାରୁ 75 ବର୍ଷ ପୁରିଛି ହେଲେ ଚିତ୍ର ବଦଳି ନାହିଁ । ଏ ସମସ୍ୟା ନୂଆ ନୁହେଁ । ଖାଲି ରାୟଗଡା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସସସ୍ୟା ଦେଖିବାକୁ ମିଳିଛି । ହେଲେ ସମଧାନ ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ସରକାରଙ୍କୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.