ETV Bharat / state

ବାଣ ଫୁଟାକୁ ନେଇ ବିବାଦ, ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

author img

By

Published : Oct 25, 2022, 12:50 PM IST

Updated : Oct 25, 2022, 1:41 PM IST

ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧିନ ମଧ୍ୟଖଣ୍ଡ ଗାଁରେ ବାଣ ଫୁଟାକୁ ନେଇ ବିବାଦ ହୋଇଥିଲା । ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ । ଅଧିକ ପଢନ୍ତୁ

criminal died in stabbing
ବାଣ ଫୁଟାକୁ ନେଇ ବିବାଦ, ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ନୟାଗଡ: ବାଣ ଫୁଟା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ । ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧିନ ମଧ୍ୟଖଣ୍ଡ ଗାଁରେ ବାଣ ଫୁଟାକୁ ନେଇ ବିବାଦ ହୋଇଥିଲେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିଲା । ଛୁରାମାଡରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବିକାଶ ବେହେରା । ତା ଘର ମଧ୍ୟଖଣ୍ଡ ଗାଁରେ ।

ବାଣ ଫୁଟାକୁ ନେଇ ବିବାଦ, ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ସୋମବାର ବିଳମ୍ବିତ ରାତିରେ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଣ ଫୁଟାଇବାକୁ ନେଇ କନ୍ଦଳ ହୋଇଥିଲା । ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା କନ୍ଦଳ । ଗୋଟିଏ ଗୋଷ୍ଠୀର ମୁଖ୍ୟ ଥିଲା ବିକାଶ । ଏହି ଗୋଷ୍ଠୀ କନ୍ଦଳରେ ବିକାଶକୁ ଅପରପକ୍ଷ ଗୋଷ୍ଠୀ ପକ୍ଷରୁ ଛୁରୀରେ ଆକ୍ରମଣ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିକାଶକୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ବିକାଶକୁ ମୃତ ଘୋଷଣା କରିଥଇଲେ । ବିକାଶ ନାମରେ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରେ ବିଭିନ୍ନ ଥାନାରେ 15ରୁ ଉର୍ଦ୍ଧ ମାମଲା ରହିଛି । ସେ ଜଣେ ହାର୍ଡକୋର ଅପରାଧୀ ଥିଲା । ଦଶପଲ୍ଲା ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

ଏହା ବି ପଢନ୍ତୁ...ଦୀପାବଳିରେ ଗର୍ଜିଲା ବନ୍ଧୁକ, ଗୁଳିମାଡ ଜଣେ ମୃତ

ପ୍ରକାଶ ଥାଉ ଆଲୋକର ପର୍ବ ଦୀପାବଳିରେ କେଉଁଠି ଖୁସିର ମହୋଲ ଚାଲିଥିବାବେଳେ, କିଛି ସ୍ଥାନରେ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଶଙ୍କର ବେହେରା । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ନୟାଗଡ

Last Updated : Oct 25, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.