ETV Bharat / state

ରାୟଗଡାରେ ଲୁଟେରା ରାଜ୍‌, ଡିକି ଭାଙ୍ଗି ଲୁଟି ନେଲେ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Aug 3, 2023, 9:01 AM IST

ରାୟଗଡା ସହର ମଙ୍ଗଳା ମନ୍ଦିର ନିକଟରୁ ସ୍କୁଟି ଡିକି ଭାଙ୍ଗି ୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

loot in rayagada
loot in rayagada

loot in rayagada

ରାୟଗଡା: ରାୟଗଡା ସହରରେ ମାତିଛନ୍ତି ଲୁଟେରା । ସ୍କୁଟି ଡିକି ଭାଙ୍ଗି ୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ରାୟଗଡା ଜିଏସଟି କାର୍ଯ୍ୟାଳୟର ଅବସରପ୍ରାପ୍ତ ହାବିଲଦାର ଏମ.ଆପ୍ପାରାଓ ମେ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସରକାରଙ୍କ ଠାରୁ ଗ୍ରାଚୁଇଟି ବାବଦରେ ୬ଲକ୍ଷ ଟଙ୍କା ପାଇଥିଲେ । ତେବେ ଆପ୍ପା ରାଓଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେ ମିସ୍ତ୍ରୀକୁ ଟଙ୍କା ଦେବା ପାଇଁ ରାୟଗଡ଼ା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୬ଲକ୍ଷ ୧୦ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ । ଟଙ୍କା ସ୍କୁଟିରେ ଡିକିରେ ରଖି ସେ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ବନ୍ଧୁଙ୍କ ଘରକୁ ପେନସନ୍ ବିଷୟରେ ବୁଝିବାକୁ ଯାଇଥିଲେ ।

କିଛି ସମୟ ପରେ ବନ୍ଧୁଙ୍କ ଘରୁ ବାହାରି ସ୍କୁଟିରୁ କାଗଜ ନେବାକୁ ଆସିଥିବା ବେଳେ ସ୍କୁଟି ଡିକି ଭାଙ୍ଗି ଥିବା ଦେଖିଥିଲେ । ଆଉ ବ୍ୟାଙ୍କରୁ ଉଠିଥିବା ଟଙ୍କା ମଧ୍ୟ ନ ଥିଲା । ତୁରନ୍ତ ଆପ୍ପା ରାଓ ରାୟଗଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧ୍ୟାନ କରିବା ସହ ଉକ୍ତ ସମୟରେ ସନ୍ଦେହ ଭାବେ ଏକ ବାଇକ ସେହି ଅଞ୍ଚଳରେ ବାରମ୍ବାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ରାୟଗଡା ସହର ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଲାଗି ରହିଥିବାରୁ ଆନ୍ତଃ ରାଜ୍ୟ ଲୁଟେରା ଏଥିରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଏନେଇ ପୋଲିସ ଅଧିକା ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଇଆଇସି କେକେ ବିକେ କହଁର ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମା’ ଉଗ୍ରତାରା ମନ୍ଦିର ଲୁଟ ଘଟଣା: ପୋଲିସକୁ ସଫଳତା, 72 ଘଣ୍ଟା ମଧ୍ୟରେ 2 ଗିରଫ

ପ୍ରକାଶ ଥାଉକି, ଗତ କିଛିଦିନ ପୂର୍ବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଖୋର୍ଦ୍ଧାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମା' ଉଗ୍ରତାରା ମନ୍ଦିରରୁ ଚୋରି ହୋଇଥିଲା । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଥିଲେ । ମନ୍ଦିରରେ ଦୁଇଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ସେମାନେ ଶୋଇ ପଡ଼ିଥିଲେ । ଆଉ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ମନ୍ଦିରରୁ ଚୋରି କରିଥିଲେ । ଏନେଇ ଚୋରଙ୍କୁ ଧରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତରଫରୁ 3ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଥିଲା । ତେଣୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ଲୁଟ୍‌ କରିଥିବା ସୁନା ରୂପା ଅଳଙ୍କାର ଇତ୍ୟାଦିକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଏହାକୁ ଜବତ କରି ତଦନ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲା । ଏହି ମାମଲାରେ 2 ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ମୋଟର ସାଇକଲ ଜବତ କରିଛି ପୋଲିସ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.