ETV Bharat / state

ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ, ଛାତ୍ର ଓ ମହିଳା କଂଗ୍ରେସର ବିକ୍ଷୋଭ

author img

By ETV Bharat Odisha Team

Published : Jan 7, 2024, 11:12 PM IST

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Protest Over Demolition of Liquor Shop: ମଦ ଦୋକାନ ଉଚ୍ଛେଦ ଦାବିରେ ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ପୁରୀ: ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ । ମଦ ଦୋକାନ ହଟାଇବା ଦାବିରେ ପୁରୀରେ ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଗୋପାଳବଲ୍ଲଭ ରୋଡଠାରେ ଥିବା ମଦ ଦୋକାନ ସମ୍ମୁଖରେ ହଙ୍ଗାମା ହୋଇଛି । ଗୋପାଳବଲ୍ଲଭ ରୋଡରେ ଥିବା ମଦ ଦୋକାନଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ଏହା ନିକଟରେ ଏକ ହୋମିଓପାଥି ଚିକିତ୍ସାଳୟ ଏବଂ ଅନେକ ସାମାଜିକ ଅନୁଷ୍ଠାନ ରହିଛି। ଦୋକାନକୁ ଆସୁଥିବା ବ୍ୟକ୍ତିମାନେ ମଦ୍ୟପାନ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏହି ମଦ ଦୋକାନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଯାହାକି ସ୍ଥାନୀୟ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପଡୁଛି। ସେହିପରି ଝିଅ ବୋହୂ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ଅଶାଳୀନ ବ୍ୟବହାରର ଶିକାର ହେଉଛନ୍ତି। ମଦ୍ୟପମାନେ ବିଭିନ୍ନ ସମୟରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ନଜିର ରହିଛି । ସେହିପରି ମଦ ଦୋକାନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅନେକ ଅସାମାଜିକ କାର୍ଯ୍ୟକଳାପ ବଢୁଛି । ଏହା ସହିତ ଚୋରି ଡକାୟତି ଭଳି ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି । ହେଲେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏନେଇ ପୂର୍ବତନ କାଉନସିଲର ସରସ୍ବତୀ ପାତ୍ର କହିଛନ୍ତି, ଏହି ମଦ ଦୋକାନ ଯୋଗୁଁ ପ୍ରତିଦିନ ମହିଳାମାନେ ଦୁର୍ବବ୍ୟବହାରର ଶିକାର ହେଉଛନ୍ତି । ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ଐତିହାସିକ ସହର ପୁରୀରେ ପରିକ୍ରମା ପ୍ରକଳ୍ପ କରାଯାଉଥିବାବେଳେ ଏଭଳି ଘଟଣା ପ୍ରତି କେମିତି ଦୃଷ୍ଟି ଦିଆଯାଉନାହିଁ? ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ।"

ଏହା ମଧ୍ୟ ପଢନ୍ତୁ...ମଦ ଟଙ୍କା ରାଜନୀତି: ଟଙ୍କା ଟୋକେଇ ଧରି ରାଜଧାନୀରେ ବିଜେପିର ପ୍ରତିବାଦ

ଏହା ମଧ୍ୟ ପଢନ୍ତୁ...କେମିତି ପଡ଼ିଲା ମଦ ସାମ୍ରାଜ୍ୟର ମୂଳଦୂଆ, ଧିରେ ଧିରେ ରାଜ୍ୟରେ ବିସ୍ତାର କଲା ଆଧିପତ୍ୟ ?

ଏହା ମଧ୍ୟ ପଢନ୍ତୁ...ଟିକସ ଫାଙ୍କିବା ଅଭିଯୋଗରେ ମଦ ଫ୍ୟାକ୍ଟ୍ରି ଉପରେ ଚଢାଉ

ଏନେଇ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଆସୁଛି। ଯାହାର ପ୍ରତିବାଦରେ ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଏହାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଆଉ ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.