ETV Bharat / state

ମଦ ଟଙ୍କା ରାଜନୀତି: ଟଙ୍କା ଟୋକେଇ ଧରି ରାଜଧାନୀରେ ବିଜେପିର ପ୍ରତିବାଦ

author img

By ETV Bharat Odisha Team

Published : Dec 15, 2023, 7:11 PM IST

Bjp stages protest: ମଦ ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ଭୁବନେଶ୍ୱରରେ ଟୋକେଇରେ ଟଙ୍କା ରଖି ପ୍ରତୀକାତ୍ମକ ଭାବେ ରାଜରାସ୍ତାରେ ବସିଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ମଦ ଟଙ୍କା ଜବତ ଘଟଣା: "ବିଜେଡ଼ି ସରକାର ପାଇଁ ଓଡ଼ିଶା ବଦନାମ "
ମଦ ଟଙ୍କା ଜବତ ଘଟଣା: "ବିଜେଡ଼ି ସରକାର ପାଇଁ ଓଡ଼ିଶା ବଦନାମ "

ମଦ ଟଙ୍କା ଜବତ ଘଟଣା: "ବିଜେଡ଼ି ସରକାର ପାଇଁ ଓଡ଼ିଶା ବଦନାମ "

ଭୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଠାରୁ 350 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି ବିଜେପି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ରାଜ୍ୟରେ 50 ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡ଼ି ସରକାର ବିରୁଦ୍ଧରେ ଧାରଣା ଦେଇଛି ଦଳ । ଆଇଟି ରେଡରେ ଧାରା ପଡ଼ିଥିବା ଶହ ଶହ କୋଟି ଟଙ୍କା କାହାର ? ଝାଡ଼ଖଣ୍ଡ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କୁ କାହିଁକି ଏତେ ବର୍ଷ ଧରି ଅନୁକମ୍ପା ଦେଖାଉଥିଲେ ରାଜ୍ୟ ସରକାର । ଏହି ଟଙ୍କା ମଦ ବ୍ୟବସାୟୀଙ୍କର ନା ଦଳୀୟ ପାଣ୍ଠି ବିଜେଡ଼ି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ଏହାସହ ସିବିଆଇ ତଦନ୍ତ ଦାବି କରିଛି ଦଳ ।

50 ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ନେଇ ବିଜେପିର ଧାରଣା । ଟୋକେଇରେ ଟଙ୍କା ରଖି ପ୍ରତୀକାତ୍ମକ ଭାବେ ରାଜରାସ୍ତାରେ ବସିଲା ଭୁବନେଶ୍ୱର ଜିଲ୍ଲା ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ନେତା ଏହି ଧାରଣାରେ ସାମିଲ ହୋଇଛନ୍ତି । ସେ କହିଛନ୍ତି,"ରାଜ୍ୟ ସରକାର ସାରା ଦେଶରେ ଓଡ଼ିଶାର ନାଁକୁ ବଦନାମ କରିଛନ୍ତି । 24 ବର୍ଷ ଧରି ସ୍ଥିର ସରକାର ରାଜ୍ୟରେ ଥିଲେ ହିଁ ଜଣେ ମଦ ବ୍ୟବସାୟୀ ଏତେ ଟଙ୍କା କେମିତି ଲୁଟିପାରିଲେ । ଏହାର ଅର୍ଥ କଂଗ୍ରେସ ନେତାଙ୍କ ସହ ବିଜେଡି ସରକାରର ମଧୁଚନ୍ଦ୍ରିକା ଚାଲିଛି । ଆଗକୁ ନିର୍ବାଚନ ଆସୁଥିବାରୁ ନିର୍ବାଚନ ପାଇଁ ଏହି ଟଙ୍କା ଆସିଥିଲା । ବିଜେଡି ସରକାର ଟଙ୍କା ବଳରେ ନିର୍ବାଚନ ଜିତି ଆସୁଥିଲେ ତାହା ପ୍ରମାଣିତ ହୋଇଛି । ତେଣୁ ଆମେ ଦାବି କରୁଛୁ ଏହି ଭାଷ୍ଟାଚାରର ସିବିଆଇ ତଦନ୍ତ କରାଯାଉ । "

ଏହା ମଧ୍ୟ ପଢନ୍ତୁ....ମଦ ଟଙ୍କା ଜବତ ଘଟଣା: ଗଞ୍ଜାମରେ ବିଜେଡି ସରକାର ବିରୋଧରେ ଗର୍ଜିଲା ବିଜେପି

ମଦ ବ୍ୟବସାୟର କଳା ଟଙ୍କାର ପାହାଡ଼ ଓଡ଼ିଶାର ପଛୁଆ ଜିଲ୍ଲା ବଲାଙ୍ଗୀରରୁ ଠାବ କରିଥିଲା ଆୟକର ବିଭାଗ । ଝାରଖଣ୍ଡର ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ମଦ କାରଖାନା ଠାବ କରି ଆୟକର ବିଭାଗ ପ୍ରାୟ 350 କୋଟି ଟଙ୍କା ଜବତ କରିଛି । ଏତେ ଟଙ୍କା ଜବତ ହେଲା ଯେ ଟଙ୍କାକୁ ଗଣିବାକୁ ମେସିନ୍‌ ଆଉ ମଣିଷଙ୍କ ପାଇଁ କାଠିକର ପାଠ ହୋଇଥିଲା । ସ୍ଥିତି ଏମିତି ହେଲା ଯେ ସାରା ଦେଶରେ ଓଡିଶାର ଛବି ନିନ୍ଦିତ ହେଲା ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.