ETV Bharat / state

ମଦ ଟଙ୍କା ଜବତ ଘଟଣା: ଗଞ୍ଜାମରେ ବିଜେଡି ସରକାର ବିରୋଧରେ ଗର୍ଜିଲା ବିଜେପି

author img

By ETV Bharat Odisha Team

Published : Dec 12, 2023, 7:32 AM IST

BJP protest in Ganjam: ରାଜ୍ୟରେ ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ ଘଟଣାରେ ସରକାରଙ୍କୁ ସମାଲୋଚନା କରିବା ସହ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

BJP protest in Ganjam
ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ ଘଟଣା,

ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ ଘଟଣା

ବ୍ରହ୍ମପୁର: ମଦ ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ଘଟଣାକୁ ନେଇ ରାଜନୈତିକ ତୁମ୍ବିତୋଫାନ ଦେଖିବାକୁ ମିଳିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ଆଣିବା ସହ କଡା ସମାଲୋଚନା କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ଶତାଧିକ ବିଜେପି ନେତା ଓ କର୍ମୀମାନେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ବିନା ସହଯୋଗରେ ଏତେ ପରିମାଣର ଟଙ୍କା ଜମା କରିବା ସମ୍ଭବ ନୁହେଁ । ସରକାରଙ୍କ ଅନୁକମ୍ପାରେ ହିଁ ଏପରି "ସାହୁ ବ୍ରଦର୍ସ ଆଣ୍ଡ କୋ" କୋଟି କୋଟି ଟଙ୍କା ଠୁଳ କରିଥିବା ନେଇ ବିଜେପି ଅଭିଯୋଗ କରିଛି ।

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଦ୍ୱାରା ଚାଲିଥିବା ଏହି ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି କୋଟି କୋଟି ଟଙ୍କା ଜବତ କରାଯିବା ଘଟଣା ଓଡ଼ିଶା ସମେତ ସାରା ଦେଶକୁ ବିଚଳିତ କରିଛି ।ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଥିବା ନେଇ ସମାଲୋଚନା କରି ବିଜେପି ପକ୍ଷରୁ ବ୍ରହ୍ମପୁର ସହରରେ ପ୍ରତିବାଦ କରାଯାଇଛି । ସୋମବାର ଦିନ ବ୍ରହ୍ମପୁର ସହରର କମାପଲ୍ଲୀ ଛକ ଠାରେ ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି ଡ଼ା. ସୁବାସ ସାହୁଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା । ଏଥିରେ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । କଂଗ୍ରେସ ଏବଂ ବିଜେଡ଼ିର ଦୁର୍ନିତୀ ଓ ଭ୍ରଷ୍ଟାଚାର ଶାସନକୁ ନେଇ ସମାଲୋଚନା କରିବା ସହିତ ଯଦି କେନ୍ଦ୍ରୀୟ ଏଜେନ୍ସି ଏଭଳି ଖବର ପାଇପାରିଲା ତେବେ ଓଡ଼ିଶା ପୋଲିସ, ଗୁଇନ୍ଦା ଓ ଅର୍ଥନୈତିକ ଅପରାଧ ଶାଖା କିଭଳି ଜାଣିପାରୁନଥିଲା ବୋଲି ପ୍ରଶ୍ନ ଉଠାଯାଇଛି ।

"ସାହୁ ବ୍ରଦର୍ସ ଆଣ୍ଡ କୋ" ସମେତ ମଦ ମାଫିଆମାନଙ୍କର ଯେଉଁଭଳି ଭାବରେ ଓଡ଼ିଶାରେ କଳା ଟଙ୍କାର ବେପାର ବଢ଼ିଛି ତାହାରି ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ ବୋଲି କୁହାଯାଇଛି । ଏପରିକି ମଦ ମାଫିଆଙ୍କ ସ୍ୱାର୍ଥରେ ଦୀର୍ଘ ୨୩ ବର୍ଷ ହେଲା ଦେଶୀ ମଦ ଭାଟିର ଟେଣ୍ଡର କରାନଯାଇ ମୁଷ୍ଟିମେୟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରଯାଉଥିବା ଅଭିଯୋଗ ହୋଇଛି । ଅଣ ଓଡ଼ିଆମାନେ ଖଣି, ଚିଟଫଣ୍ଡରେ ଓଡ଼ିଶାକୁ ଲୁଟି ଚାଲୁଥିବା ବେଳେ ଅଣଓଡ଼ିଆ ମଦ ବେପାରୀଙ୍କ ଓଡ଼ିଶା ଲୁଟିବା ଘଟଣାରେ ଏହାର ଜବାବ ଆଗାମୀ ଦିନରେ ସାଧାରଣ ଜନତା ଦେବେ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ... ମଦ ଟଙ୍କା ଜବତ: ବିଜେଡି ସହଯୋଗ ଅଭିଯୋଗ ଆଣି ବିଜେପିର ବିକ୍ଷୋଭ

ଦୁର୍ନୀତିର କଳା ଟଙ୍କାକୁ ଗୋଟି ଗୋଟି କରି ଅସୁଲ କରାଯିବ ନେଇ ନାରା ଦେବା ସହ କଂଗ୍ରେସ ସାଂସଦ ଧୀରଜ ସାହୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିଜେଡ଼ି ନେତାଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜେପି । ଏହି ବିକ୍ଷୋଭରେ ବିଜେପି ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, କର୍ପୋରେଟର ବନିତା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର, କେ.ଚନ୍ଦ୍ରଶେଖର ଦାସ, ବାପି ପ୍ରଧାନ, ବରିଷ୍ଠ ମହିଳା ନେତ୍ରୀ ଏସ୍.ରାଣୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.