ETV Bharat / state

ଶନିବାର ପୁରୀରେ ବିଶାଳ ଚାଷୀ ସମାବେଶ

author img

By ETV Bharat Odisha Team

Published : Sep 7, 2023, 11:02 AM IST

vedant opposition union
vedant opposition union

ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଦ୍ବାରା ପୁରୀରେ ଆୟୋଜିତ ହେବ ଚାଷୀ ସମାବେଶ। ଅଧିକ ପଢନ୍ତୁ

vedant opposition union

ପୁରୀ: ଆସନ୍ତା ଶନିବାର ପୁରୀରେ ଚାଷୀଙ୍କ ସମାବେଶ । ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଦ୍ବାରା ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳ ଠାରେ ଚାଷୀ ସମାବେଶ ଆୟୋଜନ କରାଯିବ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ବିଶାଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏକ ବିରାଟ ପଟୁଆରରେ ବରିଷ୍ଠ ଆଇନଜୀବୀଙ୍କୁ ସ୍ୱାଗତ କରାଯିବ ବୋଲି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧ ସଂଘର୍ଷ ସମିତିର ଆବାହକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବରିଷ୍ଠ ନେତା ଉମା ବଲ୍ଲଭ ରଥ କହିଛନ୍ତି ଯେ, ଶାସକ ଦଳର ନେତା ମନ୍ତ୍ରୀ ବେଦାନ୍ତ ଠାରୁ ଟଙ୍କା ଖାଇ ମହାପ୍ରଭୁଙ୍କ ଅମୃତ ମଣୋହି ଜମିକୁ ବେଦାନ୍ତକୁ ଟେକି ଦେବାକୁ ବସିଥିଲେ । ହେଲେ ଶେଷରେ ସତ୍ୟର ଜୟ ହୋଇଛି । ଏହା ମହାପ୍ରଭୁଙ୍କ ବିଜୟ ବୋଲି ଉମା ବଲ୍ଲଭ ରଥ କହିଛନ୍ତି । ତେବେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନାରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଦେବା ପାଇଁ ୭,୦୦୦ ଏକର ବେଆଇନ ଜମି ଅଧିଗ୍ରହଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଥିଲେ । ଏହାକୁ ଆଧାର କରି ରାଜ୍ୟ ସରକାରଙ୍କୁ ୨୫ଟି ପ୍ରଶ୍ନ ପଚାରିଛି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ।

ଏହା ମଧ୍ୟ ପଢନ୍ତୁ-୯ରେ କୃଷକ ବିଜୟ ସମାବେଶ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ ପୁରୀ କୋଣାର୍କ ବେଳାଭୂମି ଅଞ୍ଚଳରେ ୧୦ ହଜାର ଏକର ଚାଷଜମି ଶାଗମାଛ ମୂଲରେ ଅଧିଗ୍ରହଣ କରିଥିଲେ । ଯାହାଦ୍ୱାରା ୬ ହଜାର ପରିବାର, ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବରେ ଏହି ବେଆଇନ କାର୍ଯ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ମୋ ସରକାର କଥା କହୁଥିବା ବିଜେଡି ସରକାର କାହିଁକି ଏପରି କଲେ ବୋଲି ପ୍ରଶ୍ନ କରିଛି ସମିତି । ସେହିପରି ଭୂମି ଅଧିଗ୍ରହଣ ଆଇନ ୧୮୯୪ ଏବଂ ଭୂମି ଅଧିଗ୍ରହଣ ନିୟମ ୧୯୬୩କୁ ଅବମାନନା କରି କାହିଁକି ଗରିବ ଲୋକ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ୭,୦୦୦ ଏକର ଚାଷ ଜମି ଅଧିଗ୍ରହଣ କରାଗଲା । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେତେ ଜମି ଆବଶ୍ୟକ ତାହା ଯାଞ୍ଚ ନକରି ୧୫,୦୦୦ ଏକର ଜମି ଯୋଗାଇ ଦେବାକୁ କାହିଁକି କମ୍ପାନୀ ସହିତ ସରକାର ଚୁକ୍ତି କରିଥିଲେ। ଏମିତିକି କେଉଁଠି ଜମି ଯୋଗାଇ ଦିଆଯିବ ତାହା ସରକାର ନିଷ୍ପତ୍ତି ନକରି କମ୍ପାନୀ ଚାହୁଁଥିବା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୂଲ୍ୟବାନ ଜମି ଦେବାକୁ କାହିଁକି ଚୁକ୍ତି କଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ ଉମା ବଲ୍ଲଭ ରଥ ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ୨୦୧୧ ମସିହାରୁ ନ୍ୟାୟିକ ସହାୟତା ପ୍ରଦାନ କରିଥିବାରୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ତାଙ୍କୁ ଆସନ୍ତା ଶନିବାର ପୁରୀର ବେଳଦଳ ଠାରେ କୃଷକ ବିଜୟ ସମାବେଶରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଅନ୍ନଦାତା ଚାଷୀ ଯୋଗଦେବେ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.