ETV Bharat / state

କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023

author img

By ETV Bharat Odisha Team

Published : Dec 1, 2023, 4:41 PM IST

କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023
କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023

Eco Retreat 2023: କୋଣାର୍କରେ ଆରମ୍ଭ ହେଲା ଇକୋ ରିଟ୍ରିଟ 2023 । ଏଥିରେ ପଞ୍ଚ ତାରକା ହୋଟେଲ ସୁବିଧା ପାଇବେ ପର୍ଯ୍ୟଟକ । ଚଳିତବର୍ଷ ୯୦ଦିନ ପର୍ଯ୍ୟନ୍ତ କୋଣାର୍କରେ ଇକୋ ରିଟ୍ରିଟ ଚାଲିବ । ଅଧିକ ପଢନ୍ତୁ

କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023

ପୁରୀ: ପର୍ଯ୍ୟଟକ ପାଇଁ ଖୁସି ଖବର । କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023 । ଭିସି ମାଧ୍ୟମରେ ଇକୋ ରିଟ୍ରିଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ୯୦ଦିନ ପର୍ଯ୍ୟନ୍ତ କୋଣାର୍କରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଉଦଘାଟନ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, କୋଣାର୍କ ଏନଏଏସି ଅଧ୍ୟକ୍ଷା ସଂଗୀତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଚଳିତ ବର୍ଷ କୋଣାର୍କ ମହୋତ୍ସବ, ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ଏହି ଇକୋ ରିଟ୍ରିଟ ଉଦଘାଟନ ହୋଇଥିବାରୁ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୭୦ ଗୋଟି ତମ୍ବୁ ଘରେ ବେଳା ଭୂମିରେ ପଞ୍ଚ ତାରକା ହୋଟେଲ ସୁବିଧା ପାଇବେ ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା, ବିଚ ସାକ, ପାରାସେଲିଂ, ସାଇକେଲିଂ, ଭଲିବଲ ଭଳି ସୁବିଧା ଯୋଗାଇ ଦିଆଯିବ । ପ୍ରଥମ ଦିନରେ ୨୫ରୁ ଅଧିକ ବୁକିଂ ହୋଇଥିବା ସୂଚନା ମିଳିଛି । ଆଜି ଏକ ସାଙ୍ଗରେ ୩ଟି ସ୍ଥାନରେ ଇକୋ ରିଟ୍ରିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ.....‘ଦ ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ବହି ଉନ୍ମୋଚିତ

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର କହିଛନ୍ତି, "କୋଣାର୍କ ଇକୋ ରିଟ୍ରିଟ ବିଦେଶରେ ମଧ୍ୟ ବେଶ୍ ଲୋକ ପ୍ରିୟ ହେଲାଣି । ଆହୁରି ଏହାର ପ୍ରଚାର ପ୍ରସାର କରାଯିବ । ଓଡ଼ିଶାର ପର୍ଯ୍ୟଟନକୁ ଉପଭୋଗ କରିବାକୁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । ସେପଟେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି,"2019 ରେ ଇକୋ ରିଟ୍ରିଟ କୋଣାର୍କରେ ଆରମ୍ଭ ହୋଇଥଲା । ଧିରେ ଧୀରେ ଏହାର ଲୋକ ପ୍ରିୟତା ବୃଦ୍ଧି ହେବାରୁ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି । ଯାହାକି ବେଶ୍ ଲୋକ ପ୍ରିୟ ହେବାରେ ଲାଗିଛି ।"

ସେ ଆହୁରୀ ମଧ୍ୟ ପହିଛନ୍ତି ,"ବିଶେଷ କରି ପୁରୀ, କୋଣାର୍କ, ଭୁବନେଶ୍ଵରକୁ ନେଇ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ଵର୍ଣ୍ଣ ତ୍ରିଭୁଜ ଭାବେ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଯାହାକି ବେଶ୍ ସଫଳ ହୋଇଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକଙ୍କ ଆଗମନ ହେଉଛି । ଏହା ଦ୍ୱାରା ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାକୁ ମଧ୍ୟ ସମୃଦ୍ଧ କରିବାରେ ଲାଗିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.