ETV Bharat / state

‘ଦ ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ବହି ଉନ୍ମୋଚିତ

author img

By ETV Bharat Odisha Team

Published : Dec 1, 2023, 12:31 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ପୁସ୍ତକ ଉନ୍ମୋଚିତ କରିଛନ୍ତି । ଅଧିକ ପଢନ୍ତୁ

Magic mantra of 5t
CM Naveen Patnaik unveils book

ଭୁବନେଶ୍ବର: 5ଟି ସଫଳତାକୁ ନେଇ ବହି ପଢିବେ ପାଠକ । ବହି କହିବ ନବରଙ୍ଗପୁର ଜିଲ୍ଲାର ସଫଳତାର କାହାଣୀ । 5ଟି ମ୍ୟାଜିକ ମନ୍ତ୍ର ନେଇ ବହି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ପୁସ୍ତକ ଲୋକାର୍ପିତ ହୋଇଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଲୋକାର୍ପଣ କରିଛନ୍ତି । ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ପୁସ୍ତକ ଲେଖିଛନ୍ତି । ଲୋକାର୍ପଣ ଉତ୍ସବରେ ଫାଇଭ ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ ଉପସ୍ଥିତି ଥିଲେ ।

CM Naveen Patnaik unveils book
Magic mantra of 5t

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ ଇନ ବୁକ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଫାଇଭ ଟି ମନ୍ତ୍ର ଦ୍ୱାରା ଅନୁପ୍ରେରିତ ନବରଙ୍ଗପୁର ଜିଲ୍ଲାର ରୂପାନ୍ତରଣର ସଫଳ କାହାଣୀ ଚିତ୍ରିତ ହୋଇଛି । ଅଜିତ କୁମାର ମିଶ୍ର ନବରଙ୍ଗପୁର ଜିଲ୍ଲାରେ ୨୦୧୮ ରୁ ୨୦୨୧ ମସିହା ପାର୍ଯ୍ୟନ୍ତ ଜିଲ୍ଲାପାଳ ଥିଲେ । ଏହି ସମୟ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପ୍ରାଣୀ ସମ୍ପଦ, ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ ବିକାଶ ସମ୍ଭବପର ହୋଇଥିଲା । ଫଳ ସ୍ୱରୂପ ୨୦୧୮ରେ ୧୧୨ ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୧୦୯ ସ୍ଥାନରେ ଥିବା ନବରଙ୍ଗପୁର ଜିଲ୍ଲା ୨୦୨୧ ବେଳକୁ ସମଗ୍ର ଦେଶରେ ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଥିଲା । ଏହା ସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଭିଏତନାମରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀରେ ନବରଙ୍ଗପୁର ବିକାଶ ମଡ଼େଲ ପ୍ରଶଂସିତ ହେବା ସହ ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡରେ ସମ୍ମାନିତ ହୋଇଥିଲା ।

ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ୧୯୬୧ ମସିହାରେ ଅଜିତ କୁମାର ମିଶ୍ରଙ୍କ ଜନ୍ମ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଉପାଧି ଲାଭ କରିଥିଲେ । ଅଜିତ କୁମାର ମିଶ୍ର ୧୯୮୯ରେ ଓଡିଶା ପ୍ରଶାସନରେ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ସେ ପ୍ରଶାସକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ବିଭିନ୍ନ ବ୍ଲକ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବରେ ସଫଳତା ସହ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ- ଏ ରିଫ୍ଲେକ୍ସନ ଅଫ ଚେଞ୍ଜିଙ୍ଗ ଭାରତ ପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି । ଉକ୍ତ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଜୀବନୀ ଚିତ୍ର ରହିଛି । ଯାହାକି ମୟୂରଭଞ୍ଜ ଏବଂ ଓଡିଶାର ସାମାଜିକ ସାଂସ୍କୃତିକ ଜୀବନୀ ଉପରେ ପର୍ଯ୍ୟାବେସିତ । ଲେଖିକା ଡାକ୍ତର ବିଜୟଲକ୍ଷ୍ମୀ ମହାନ୍ତି ଜଣେ ଆଧ୍ୟାତ୍ମିକବାଦୀ ନେତ୍ରୀ ଏବଂ ଶିକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.