ETV Bharat / state

ପୁରୀ ଗସ୍ତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ନିର୍ମାଣ କାର୍ଯ୍ୟର କଲେ ଅନୁଧ୍ୟାନ

author img

By ETV Bharat Odisha Team

Published : Dec 1, 2023, 1:07 PM IST

ପୁରୀ ଗସ୍ତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ
ପୁରୀ ଗସ୍ତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅନିଲ୍ କୁମାର ରାଉତରାୟ । ଅଧିକ ପଢନ୍ତୁ

ପୁରୀ ଗସ୍ତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ନିର୍ମାଣ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ: ପୁରୀ ଗସ୍ତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅନିଲ୍ କୁମାର ରାଉତରାୟଙ୍କ ଟିମ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ବିଭିନ୍ନ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ମଠ ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଏଥିସହ ଓବିସିସି, ଟାଟା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ।

ଏହାମଧ୍ୟ ପଢନ୍ତୁ.. ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ: ଫଟୋ ଯାଞ୍ଚ୍ ପରେ ମରାମତି

ଗୁରୁବାର ଦିନ ପୁରୀ ଗସ୍ତରେ ଆସି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅନିଲ୍ କୁମାର ରାଉତରାୟ ଓ ତାଙ୍କ ଟିମ ଶ୍ରୀମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଶେଷ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଓ ମଠ ଗୁଡ଼ିକର ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏନେଇ ଓବିସିସି, ଟାଟା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ତେବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏହି ଟିମ୍ ମଧ୍ୟ ଶ୍ରୀମନ୍ଦିରରେ ପରିସରରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ । ଏନଏମଏ ନିର୍ଦ୍ଦେଶକୁ ଅନୁପାଳନ କରାଯାଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ଯାତ୍ରୀ ପରିକ୍ରମା ମାର୍ଗ ଅନ୍ତର୍ଗତ ୪ଟି ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟ ଦେଖିଥିଲେ । ତେବେ ମୂଳ ମଠକୁ ଅକ୍ଷୁର୍ଣ୍ଣ ରଖାଯିବା ସହ ପଥର ବ୍ୟବହାର କରି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ମଠର ପୁନରୁଦ୍ଧାର କରାଯାଉଛି ବୋଲି ଅନୁଧ୍ୟାନ ପରେ ଅନୀଲ କୁମାର ରାଉତରାୟ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିର ପ୍ରଶାସନ ଓ ASI ମଧ୍ୟରେ ବସିଲା ବୈଠକ

NMAର ନିୟମ ଅନୁଯାୟୀ ରାଷ୍ଟ୍ରୀୟ ସ୍ମାରକୀର 100 ମିଟର ପରିସରରେ କୌଣସି ନିର୍ମାଣ ହୋଇ ପାରିବ ନାହିଁ । କେବଳ ମରାମତି କରାଯାଇପାରିବ । ଏଣୁ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠ ଗୁଡିକର ପୁନଃରୁଦ୍ଧାର କାର୍ଯ୍ୟ କେବଳ କରାଯାଉଛି । ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠ ଉଚ୍ଛେଦ ମଧ୍ୟ କରାଯାଇଥିଲା । ତେବେ ମଠର ମନ୍ଦିର, ଗାଦି ଘରକୁ ସଂରକ୍ଷଣ କରାଯାଇ ରଖାଯାଇଥିଲା । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ଏହା ପୁର୍ବରୁ ମଠ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଶେଷ ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.