ETV Bharat / state

ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ: ଫଟୋ ଯାଞ୍ଚ୍ ପରେ ମରାମତି

author img

By ETV Bharat Odisha Team

Published : Nov 29, 2023, 6:11 PM IST

Updated : Nov 29, 2023, 6:41 PM IST

ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଶେଷ ହୋଇଛି। ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟଗୁଡ଼ିକର ମରାମତି କରାଯିବ। ଅଧିକ ପଢ଼ନ୍ତୁ,

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ
ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି । ଏଏସାଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା । ଲେଜର ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ । ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ଵ ଦିଆଯାଇଥିଲା ।

ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି ।‌ଗତ ୨୦୧୮ ମସିହାରେ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ନେଇ ଏଏସଆଇ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା । ବିଶେଷ କରି ରତ୍ନଭଣ୍ଡାରର କାନ୍ଥ ବର୍ଷା ପାଣି ଯୋଗୁ ଓଦା ରହୁଥିବା ବେଳେ କାନ୍ଥର ସ୍ଥିତି ମଧ୍ୟ ଦୁର୍ବଳ ଥିବାନେଇ ଏଏସଆଇ ରିପୋର୍ଟ ଦେଇଥିଲା ।ତେବେ ଏହି ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ତୁରନ୍ତ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ : କଂଗ୍ରେସ କହିଲା ଭୁଆଁ ବୁଲାଉଛନ୍ତି ସରକାର

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇର ଏକ ସ୍ୱତନ୍ତ୍ର ଟିମ୍ ଏବଂ ଶ୍ରୀମନ୍ଦିର ବୈଷୟିକ ଟିମର ସଦସ୍ୟଙ୍କୁ ନେଇ ରତ୍ନଭଣ୍ଡାରର ବାହାର ପାର୍ଶ୍ୱକୁ ୨ଦିନ ଧରି ଲେଜର ସ୍କାନିଂ କରାଯାଇଛି । ତେବେ ଏହି କାର୍ଯ୍ୟକୁ ସେବାୟତ ଏବଂ ପୂର୍ବତନ ପରିଚାଳନା କମିଟି ସଦସ୍ୟ ସ୍ୱାଗତ କରିଛନ୍ତି । ତୁରନ୍ତ ଲେଜର ସ୍କାନିଂରୁ ମିଳିଥିବା ତଥ୍ୟକୁ ସାର୍ବଜନୀନ କରାଯାଇ ରତ୍ନଭଣ୍ଡାରର ମରାମତି ଏବଂ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ସେବାୟତ ।

ଦୁଇଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ନେଇ ଲେଜର ସ୍କାନିଂ କରାଯାଇଥିବା ବେଳେ ଏହାର ସ୍ଥିତି କିଭଳି ରହିଛି ଏହାକୁ ନେଇ ଏବେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ କେବେ ଲେଜର ସ୍କାନିଂର ତଥ୍ୟ ପଦାକୁ ଆସିବ ଓ କେବେ ରତ୍ନଭଣ୍ଡାରର ମରାମତି ହେବ ତା'କୁ ହିଁ ସମସ୍ତଙ୍କ ଅପେକ୍ଷା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ଆଜି ଶ୍ରୀଜିଉଙ୍କ ବନକାଲଗି ନୀତି, ସନ୍ଧ୍ୟା 5ଟାରୁ 4ଘଣ୍ଟା ଦର୍ଶନ ବନ୍ଦ

ଇଟିଭି ଭାରତ, ପୁରୀ

Last Updated : Nov 29, 2023, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.