ETV Bharat / state

ଅଜଣା ରୋଗରେ 5ଟି ଗାଈଙ୍କ ମୃତ୍ୟୁ, ଗ୍ରାମରେ ପହଞ୍ଚିିଲା ସ୍ବାସ୍ଥ୍ୟ ବିଭାଗ ଟିମ

author img

By

Published : Oct 16, 2022, 12:51 PM IST

cow died from phaileriya disease in pipili puri
ଅଜଣା ରୋଗରେ 5ଟି ଗାଈଙ୍କ ମୃତ୍ୟୁ, ଗ୍ରାମରେ ପହଞ୍ଚିିଲା ସ୍ବାସ୍ଥ୍ୟ ବିଭାଗ ଟିମ

ପୁରୀ ଜିଲ୍ଲା ପିପିଲିରେ ଅଜଣା ରୋଗରେ ସଂକ୍ରମିତ ହେଉଛନ୍ତି ଗାଈ । ବର୍ତ୍ତମାନ ସୁଦ୍ଧା 5ଟି ଗାଈଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ପୁରୀ: ଗାଈମାନଙ୍କ ଠାରେ ଦେଖା ଦେଇଛି ଅଜଣା ରୋଗ । ଆଖି ଫୁଲିବା ସହିତ ପତଳା ଝାଡା ହେବା ଓ ଗୋଡ ଫୁଲିବା ପରେ ଗାଈଙ୍କ ମୃତ୍ୟୁ ହେଉଥିବାର ଚାଷୀ ଅଭିଯୋଗ କରିଛନ୍ତି । ପୁରୀ ଜିଲ୍ଲା ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତରେ ଗାଈମାନଙ୍କ ଠାରେ ଏହି ଅଜଣା ରୋଗ ଦେଖାଦେଇଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗାଈମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଅଜଣା ରୋଗରେ 5ଟି ଗାଈଙ୍କ ମୃତ୍ୟୁ

ଗାଈ ମାନଙ୍କର ପ୍ରଥମେ ଆଖି ଫୁଲିବା ସହିତ ପତଳା ଝାଡା ହେବା, ଗୋଡ ଫୁଲିବା ପରେ ନିସ୍ତେଜ ହୋଇଯାଉଥିବା ଲକ୍ଷଣ ଦେଖାଦେଇଛି । ଏହାର କିଛି ଦିନ ପରେ ଗାଈଙ୍କ ମୃତ୍ୟୁ ଘଟୁଛି । ଏଭଳି ଅଜଣା ରୋଗରେ ଗାଈ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଏବଂ ପ୍ରତିଷେଧକ ଔଷଧ କାମ ନକରିବା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଋଣ କରି ଗାଈ କିଣିଥିବା ବେଳେ ସଂକ୍ରମିତ ରୋଗରେ ମୃତ୍ୟୁ ଘଟିବା ଓ ଋଣ କିପରି ସୁଝିବେ ସେନେଇ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଗାଈ ମାନଙ୍କୁ ପୂର୍ବରୁ ବିଭିନ୍ନ ରୋଗ ପାଇଁ ପ୍ରତିଷେଧକ ଟୀକା ଦିଆଯାଉଥିଲା । କିନ୍ତୁ ଏହି ରୋଗର ଲକ୍ଷଣ ଜଣାନଥିବାରୁ ନିରାକରଣ ସମସ୍ୟା ଦେଖାଦେଉଛି ।

ଏହା ମଧ୍ୟ ପଢ଼ନ୍ତୁ: କୁଚ୍ଚରେ Lumpy ରୋଗରେ ପୀଡ଼ିତ ଗାଈ, ଚିକିତ୍ସା ପାଇଁ ଦିଆଯାଉଛି ଲଡୁ଼

ଏବେ ସୁଦ୍ଧା ପୋପରଙ୍ଗା ପଞ୍ଚାୟତ ଶୁଆବରାଇ ଗ୍ରାମରେ ୫ଟି ଗାଈଙ୍କ ମୃତ୍ୟୁ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ରୋଗର ଚିକିତ୍ସା ପାଇଁ ପଶୁ ଚିକିତ୍ସା ବିଭାଗର ଅଧିକାରୀ ଗ୍ରାମରେ ପହଞ୍ଚିଛନ୍ତି । ଗାଈ ମାନଙ୍କଠାରେ ଦେଖାଦେଇଥିବା ରୋଗର କାରଣ ଖୋଜିବା ସହିତ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଥେଲେରିଆ ରୋଗ ଯୋଗୁଁ ଗାଈମାନେ ମୃତ୍ୟୁ ବରଣ କରୁଥିବା ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.