ETV Bharat / bharat

କୁଚ୍ଚରେ Lumpy ରୋଗରେ ପୀଡ଼ିତ ଗାଈ, ଚିକିତ୍ସା ପାଇଁ ଦିଆଯାଉଛି ଲଡୁ଼

author img

By

Published : Aug 7, 2022, 8:28 PM IST

Updated : Aug 7, 2022, 9:40 PM IST

ଗୁଜୁରାଟର କୁଚ୍ଚ ଜିଲ୍ଲାରେ ଏକ ବିଶେଷ ରୋଗରେ ପୀଡ଼ିତ ଗାଈ । ଉପଚାର ପାଇଁ ଦିଆଯାଉଛି ଲଡୁ । ଅଧିକ ପଢନ୍ତୁ

କୁଚ୍ଚରେ Lumpy ରୋଗରେ ପୀଡ଼ିତ ଗାଈ, ଚିକିତ୍ସା ପାଇଁ ଦିଆଯାଉଛି ଲଡୁ଼
କୁଚ୍ଚରେ Lumpy ରୋଗରେ ପୀଡ଼ିତ ଗାଈ, ଚିକିତ୍ସା ପାଇଁ ଦିଆଯାଉଛି ଲଡୁ଼

ଗାନ୍ଧୀନଗର: ଗାଈଙ୍କ ପାଇଁ ସ୍ବତନ୍ତ୍ର ଧରଣର ଲଡୁ (Ayurvedic laddu for cows) । ତେବେ ଏହି ଲଡ଼ୁ ସ୍ବାଦିଷ୍ଟ ଭୋଜନ ଲାଗି ନୁହେଁ, ବରଂ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । ଗୁଜୁରାଟର କୁଚ୍ଚ ଜିଲ୍ଲାରେ ଏକପ୍ରକାର ଚର୍ମ ରୋଗରେ ଗାଈ ମାନେ ପୀଡ଼ିତ ହୋଇଛନ୍ତି । ତେବେ ସେମାନଙ୍କୁ ଚିକିତ୍ସା ଯୋଗାଇବା ଲାଗି ଆୟୁର୍ବେଦିକ ଔଷଧରେ ଏହି ଲଡ଼ୁ ତିଆରି ହୋଇଛି । ମାଣ୍ଡଭି ମୁନିସପାଲିଟି ଓ ବିଜେପି ଦ୍ବାରା ଆରମ୍ଭ ହୋଇଥିବା 'ଗୋମାତା କେୟାର ସେଣ୍ଟର' ଦ୍ବାରା ଔଷଧୀୟ ଲଡୁ଼ ମାଧ୍ୟମରେ ଚିକିତ୍ସା ଯୋଗାଯାଉଛି ।

କୁଚ୍ଚରେ Lumpy ରୋଗରେ ପୀଡ଼ିତ ଗାଈ, ଚିକିତ୍ସା ପାଇଁ ଦିଆଯାଉଛି ଲଡୁ଼

ଗାଈମାନେ ପୀଡ଼ିତ ହୋଇଥିବା ଏହି ରୋଗକୁ lumpy ରୋଗ ବୋଲି କୁହାଯାଉଛି । ମାଣ୍ଡଭିରେ କିଛି ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତମାନେ ଲଡୁ ତିଆରି କରି ପ୍ରତି ୬ରୁ ୮ ଘଣ୍ଟା ବ୍ୟବଧାନରେ ଗାଈମାନଙ୍କୁ ଖାଇବାକୁ ଦେଉଛନ୍ତି । ଗତ ୨୦ ଦିନ ଧରି ଏଭଳି ଭାବରେ ଗାଈମାନଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି । ତେବେ ବିଶ୍ବ ହିନ୍ଦୁ ସଂଗଠନ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଗାଈ ଖାଉଥିବା ଖାଦ୍ୟରେ ବେଲ ପତ୍ର, ଗୋଲମରିଚ, ଜିରା, ହଳଦୀ, ଗୁଡ ଓ ଅନ୍ୟାନ୍ୟା ଆୟୁର୍ବେଦିକ ଔଷଧ ମିଶାଇ ଗାଈଙ୍କୁ ଦିଆଯାଉଛି । ଏହି ଔଷଧୀୟ ଲଡ଼ୁ ଗାଈମାନଙ୍କ ଏହି ଚର୍ମ ରୋଗରୁ ଉପଶମ ଦେବ ବୋଲି କହିଛନ୍ତି ପଶୁ ଡାକ୍ତର । ଏହି କ୍ୟାମ୍ପକୁ ରୋଗାଗ୍ରସ୍ତ ଗାଈଙ୍କୁ ଆଣି ଚିକିତ୍ସିତ କରୁଛନ୍ତି ଲୋକେ ।

Last Updated : Aug 7, 2022, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.