ETV Bharat / state

ପୁରୀରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

author img

By ETV Bharat Odisha Team

Published : Nov 20, 2023, 8:47 PM IST

ପୁରୀରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ପୁରୀରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଯୁବ କଂଗ୍ରେସ । ନବୀନ ନିବାସ ଘେରାଉ ପାଇଁ ଚେତାବନୀ । ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି । ଅଧିକ ପଢନ୍ତୁ

ପୁରୀରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ପୁରୀ: ପୁରୀର ବିଭିନ୍ନ ଦାବି ନେଇ ଗର୍ଜିଲା କଂଗ୍ରେସ । ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ସହରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ,ସ୍ୱାସ୍ଥ୍ୟସେବା ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ମେସିନ ଗୁଡିକ ଖରାପ ହୋଇଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାଫଳରେ ରୋଗୀମାନେ ବହୁତ ସମସ୍ୟାର ସମ୍ମୁଖିନ ହୋଉଛନ୍ତି । ତେଣୁ ଆଜି ଯୁବ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ପୁରୀରେ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଯୁବ କଂଗ୍ରେସର ନେତା ଆଲୋକ ଦାସଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଛି । ଏହା ସହ ପୁରୀରେ ଥିବା ଜଗନ୍ନାଥ ମେଡ଼ିକାଲ କଲେଜ ନାହିଁ ନାହିଁରେ ଚାଲିଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ଜଗନ୍ନାଥ ମେଡ଼ିକାଲ କଲେଜର ନିଜସ୍ଵ ମେଡ଼ିକାଲ କାର୍ଯକ୍ଷମ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛି ଦଳ । ଫଳରେ ପୁରୀବାସୀ ମେଡ଼ିକାଲ କଲେଜରୁ ଯେଉଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଆଶା ରଖିଥିଲେ ତାହା ସାକାର ହୋଇପାରୁନାହିଁ ।

ଏହା ସହ ରୋଗୀଙ୍କୁ ଦେଖିବା ପାଇଁ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନାହାନ୍ତି । ଗୁରୁତ୍ୱପୁର୍ଣ୍ଣ ମେସିନ ଗୁଡ଼ିକ ଚଳାଇବା ପାଇଁ କର୍ମଚାରି ନାହାନ୍ତି । ଫଳରେ ମେଡିକାଲକୁ ଆସୁଥିବା ଗରିବ ଲୋକମାନେ ବାହାରେ ଟେଷ୍ଟିଂ କରୁଥିବାବେଳେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛି ଦଳ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ଡ଼ାକ୍ତର ଡ୍ୟୁଟିକୁ ଆସୁନାହାନ୍ତି । ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟା ନେଇ ଗଲେ ଚିକିତ୍ସା କରାନଯାଇ ସଙ୍ଗେ ସଙ୍ଗେ ଭୁବନେଶ୍ୱର ରେଫର୍ କରାଯାଉଛି । ଫଳରେ ଗରିବ ଲୋକ ଖର୍ଚ୍ଚାନ୍ତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି ।ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତିବାଦ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ .....ଆବାସ ବଣ୍ଟନରେ ଦୁର୍ନୀତି ! ବଲାଙ୍ଗୀରରେ ବ୍ଲକ ଘେରାଉ କଲା ବିଜେପି

ତେବେ ପୁରୀ ଜଗନ୍ନାଥ ମେଡ଼ିକାଲ କଲେଜକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଉନ୍ନତ ଚିକିତ୍ସା ସେବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛି ଦଳ । ଏଥିପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି କଂଗ୍ରେସ । ଯଦି ଆଗାମୀ ଦିନରେ ଦାବିଗୁଡିତ ପୂରଣ ନକରାଯାଏ ।ତେବେ ଆଗାମୀ ଦିନରେ ପୁରୀରୁ ନବୀନ ନିବାସ ଯାଏଁ ପଦଯାତ୍ରା କରିବା ସହ ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.