ETV Bharat / state

ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ, ଆତଙ୍କିତ ଗାଁ ଲୋକ

author img

By

Published : Mar 20, 2023, 1:13 PM IST

tiger killed a women in nuapada
ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ

ନୂଆପଡା ଜଳମଡେଇ ଗାଁରେ ମହାବଳ ବାଘ ଆତଙ୍କ । ବାଡିକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଝାମ୍ପିନେଲା ମହାବଳ । ଅଧିକ ପଢନ୍ତୁ

ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ

ନୂଆପଡା: ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ । ନୂଆପଡା ଜଳମଡେଇ ଗାଁରେ ମହାବଳ ଆତଙ୍କ ନେଇ ଆତଙ୍କିତ ଗ୍ରାମବାସୀ । ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 65ବର୍ଷୀୟ ମହିଳାଙ୍କୁ ମହାବଳ ବାଡିରୁ ଝାମ୍ପି ନେଇ ଆକ୍ରମଣ କରିଥିବା କହିଛନ୍ତି ଗ୍ରାମବାସୀ । ଖବର ପାଇ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନାଅନୁସାରେ, ଜଳମଡେଇ ଗ୍ରାମର 65 ବର୍ଷୀୟ ସାନମତି ବାରିକ ଘର ପଛପଟ ବାଡିକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ । ଏତିକି ବେଳେ ମହାବଳୀ ବାଘ ମହିଳାଙ୍କୁ ଝାମ୍ପି ଖାଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘରଠାରୁ କିଛି ଦୂରରେ ମହାବଳ ସାନମତିଙ୍କ ମାରି ଲୋକଙ୍କ ପାଟି ଶୁଣି ଛାଡି ପଳାଇଥିଲା । ସ୍ଥାନୀୟ ଲୋକେ ଠେଙ୍ଗା ବାଡ଼ି ଧରି ବାଘକୁ ଘଉଡାଇବାକୁ ଆସିଥିଲେ ।

ଏହା ବି ପଢନ୍ତୁ...Matric Exam Answer Sheet Evaluation: ସରିଲା ମାଟ୍ରିକ ପରୀକ୍ଷା, ଆସନ୍ତା 3ରୁ ଖାତା ଦେଖା

ମହାବଳ ବାଘ ମହିଳାଙ୍କୁ କ୍ଷତ ବିକ୍ଷତ ଅବସ୍ଥାରେ ଛାଡି ଦେଇ ଚାଲିଯାଇଛି । ସ୍ଥିତିକୁ ପରଖିବା ପରେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ସ୍ପଷ୍ଟ ଜଣାପଡୁଛି । ବାଘର ପାଦଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିିଳିଛି । ଏ ଘଟଣାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇ ରହିଛନ୍ତି । ସୁନାବେଡା ଅଭୟାରଣ୍ୟ 3500 ବର୍ଗଫୁଟ ଉଚ୍ଚ ପର୍ବତମାଳା ଉପରେ ଫଳରେ ଏଯାଏଁ କୌଣସି ଅଧିକାରୀ କିମ୍ବା ସ୍ଥାନୀୟ ପୋଲିସ ପହଞ୍ଚି ପାରିନାହିଁ । ଅଘଟଣର ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।

ଏହା ବି ପଢନ୍ତୁ...ଲୋଡ୍ରା ଗ୍ରାମରେ ବୁଲୁଛି ବାଘ, ଲୋକଙ୍କୁ ସଚେତନ କରୁଛି ସ୍ୱତନ୍ତ୍ର ଟିମ

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ନୂଆ ନୁହେ । ସବୁବେଳେ ଜିଲ୍ଲାବାସୀ ବାଘ ଆତଙ୍କ ନେଇ ଭୟଭୀତ ହୋଇ ଜୀବନ ବିତାଉଛନ୍ତି । ଚଳିତ ମାସ 4 ତାରିଖରେ ସୁନାବେଡା ଅଭୟାରଣ୍ୟ ଲୋଡ୍ରା ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା । ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇଥିଲା କଲରାପତରିଆ । ଗାଁ ମଧ୍ୟକୁ ଆସି ଗାଈ, ଘୁଷୁରୀ ଓ ଛେଳିକୁ ଖାଇଯାଇଥିଲା ବାଘ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିଲେ ସ୍ଥାନୀୟ ଲୋକେ । ଏବେ ମହାବଳ ମଣିଷ ମାରିବା ପରେ ଲୋକଙ୍କ ମଧ୍ୟ ଭୟ ଆହୁରି ବଢିଛି । ବାଘକୁ ଘଉଡାଇବା ପାଇଁ ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ତଥାପି ଜଣଙ୍କ ଜୀବନ ନେଇଛି ମହାବଳ । ଗତ କିଛି ବର୍ଷ ହେବ କଲରାପତରିଆ ବାଘ ଆତଙ୍କ ଲାଗି ରହିଛି । ଖାଲି ନୂଆପଡା ନୁହେଁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.