ETV Bharat / state

ଲୋଡ୍ରା ଗ୍ରାମରେ ବୁଲୁଛି ବାଘ, ଲୋକଙ୍କୁ ସଚେତନ କରୁଛି ସ୍ୱତନ୍ତ୍ର ଟିମ

author img

By

Published : Mar 5, 2023, 1:52 PM IST

tiger terror in nuapada
tiger terror in nuapada

ଜଙ୍ଗଲରୁ ଆସି ଗ୍ରାମ ମଧ୍ୟରେ ଆତଙ୍କ ଖେଳାଉଛି କଲରାପତରିଆ ବାଘ । ଭୟରେ ଗ୍ରାମବାସୀ । ଅଧିକ ପଢନ୍ତୁ

tiger terror in nuapada

ନୂଆପଡା: ସୁନାବେଡା ଅଭୟାରଣ୍ୟ ଲୋଡ୍ରା ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ । ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇଛନ୍ତି କଲରାପତରିଆ ବାଘ । ଗାଁ ମଧ୍ୟକୁ ଆସି ଗାଈ, ଘୁଷୁରୀ ଓ ଛେଳିକୁ ଖାଇଗଲା ବାଘ । ଯାହାକୁ ନେଇ ଆତଙ୍କୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ବାଘକୁ ଘଉଡାଇବା ପାଇଁ ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ସୁରଜେଞ୍ଜର ଗଜେନ୍ଦ୍ର ପାଲ ମାଥୁର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଲୋଡ୍ରା ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି ।

ସେହିପରି ବାଘର ଗତିବିଧି ଜାଣିବାପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିବା ବେଳେ, ବାଘ ଜନବସତି ମୁହାଁ ନହେବା ପାଇଁ ରିପ୍ରେଡିଂ ଡିଭାଇସ ଦ୍ୱାରା ଶବ୍ଦ ବାହାର କରି ଜଙ୍ଗଲ ଭିତରକୁ ଚାଲିଯିବାକୁ ବାଘକୁ ଇଙ୍ଗିତ କରାଯାଉଛି । ଅପରପକ୍ଷରେ ବାଘକୁ ଦେଖି ଗାଁଲୋକେ ଭୟରେ ଥରି ଉଠୁଥିବା ସନ୍ଧ୍ୟା ସମୟରେ ଘରର କବାଟ ବନ୍ଦ କରି ରହୁଥିବା ସ୍ଥାନୀୟ ଲୋକେ ମତ ରଖିଛନ୍ତି । ଏମିତି ବାଘ ଗାଈ ଘୁଷୁରୀ ଛେଳିକୁ ଆକ୍ରମଣ କରି ଖାଇଯାଉଥିବା ମଧ୍ୟ କୁହାଯାଉଛି ।

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ନୂଆ କଥା ନୁହେଁ । ଗତ କିଛି ବର୍ଷ ପୂର୍ବେ ହଳଦୀ ଗାଁରେ ଛଗନ ପାଣ୍ଡେ ନାମକ 4 ବର୍ଷର ଶିଶୁ ଶୋଇଥିବା ବେଳେ ମାଆ କୋଲରୁ ଛଡାଇ ନେଇ ବାଘ ଆହାର କରି ଖାଇଥିଲା । ପରେ ବାଘକୁ ଯନ୍ତାରେ ଧରି ନନ୍ଦନ କାନନରେ ଛଡାଯାଇଥିଲା । ସେହିଭଳି ଏହି ଘଟଣାକୁ ସପ୍ତାହ ନପୁରୁଣୁ ସିନାପାଲି ବ୍ଲକ ହୀରାପୁର ଗାଁରେ ସେନାପତି ମାଝୀ ନାମକ ଯୁବକଙ୍କୁ ବାଘ ଆକ୍ରମଣ କରିଥିଲା । ଆଉ ଏବେ ପୁଣି ଲୋଡ୍ରା ଗାଁରେ ବାଘ ଗୋଟିଏ ଗାଈ,ଘୁଷୁରୀ, ଛେଳି ଆକ୍ରମଣ ପରେ ଆହର କରିଛି । ଫଳରେ ଜଙ୍ଗଲକୁ ଲାଗିରହିଥିବା ଲୋଡ୍ରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ଓ ଗ୍ରାମର ଲୋକେ ଭୟରେ ଅସୁରକ୍ଷିତ ମଣୁଛନ୍ତି ।

ଯେକୌସି ମୁହୂର୍ତ୍ତରେ ମଧ୍ୟ ବାଘ ସ୍କୁଲ ଭିତରକୁ ଲମ୍ପ ମାରି ଛାତ୍ରଛାତ୍ରୀଙ୍କୁ ଆଘାତ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ନୂଆପଡା ସୁନାବେଡା ବନ୍ୟଜନ୍ତୁ ସୁରକ୍ଷା ବିଭାଗ ଏନେଇ ଖବର ପାଇବା ପରେ ଗାଁରେ ପହଞ୍ଚି ଗାଁଇ, ଛେଳି, ଘୁଷୁରୀ ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି । ଏହାସହ ଜଙ୍ଗଲ ଲାଗିରହିଥିବା ସ୍କୁଲ ଚତୁପାର୍ଶ୍ବରେ ତାରବାଡ଼ ଲଗାଇବା ସହ ସ୍ଥାନେ ସ୍ଥାନେ ଷ୍ଟିଟ ଲାଇଟ ଲଗାଇ ଆଲୋକିତ କରିଛନ୍ତି । କଲରାପତରିଆ ବାଘ ଗର୍ଭବତୀ ଥିବା କାରଣରୁ ଅଧିକ କ୍ରୋଧିତ ଥିବା ଜଣାପଡିଛି । ଫଳରେ ଖାଦ୍ୟ ସନ୍ଧାନରେ ଗାଁ ମୁହାଁ ହୋଇଥିବା ରେଞ୍ଜର କହିଛନ୍ତି । ଏହାସହିତ ରାତ୍ରି ଏବଂ ଦିନ ବେଳେ ପେଟ୍ରୋଲିଂ କରି ବାଘ ଏବଂ ମଣିଷର ସୁରକ୍ଷା ଦେଉଥିବା ରେଞ୍ଜର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.