ETV Bharat / state

Matric Exam Answer Sheet Evaluation: ସରିଲା ମାଟ୍ରିକ ପରୀକ୍ଷା, ଆସନ୍ତା 3ରୁ ଖାତା ଦେଖା

author img

By

Published : Mar 20, 2023, 12:18 PM IST

evaluation of matric exam
evaluation of matric exam

ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା । ଏପ୍ରିଲ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କଟକ: ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା । ଏପ୍ରିଲ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୂଲ୍ୟାୟନ ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ମୂଲ୍ୟାୟନ ପ୍ରକ୍ରିୟା ଠାରୁ ୧୨ ଦିନ ଭିତରେ ଖାତାଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଖାତା ଦେଖିବା ପାଇଁ ଯେଉଁ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯିବ,ସେମାନଙ୍କୁ ଭଲ ଭାବରେ ଟ୍ରେନିଂ ଦିଆଯିବ । ଯେପରିକି ଖାତାଦେଖା ସଠିକ ଭାବରେ ହୋଇ ପାରିବ । ସେହିପରି ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେପଟେ ଆଜି ଶେଷ ଦିନରେ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଛନ୍ତି । ସକାଳ 8ଟାରୁ ପରୀକ୍ଷା ଆରମ୍ଭ ହୋଇ 10 ଟାରେ ଶେଷ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ, ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଯାଇଥିବା ନେଇ ବୋର୍ଡ଼ ସଭାପତି ରାମାଶିଷ ହାଜେରା ସୂଚନା ଦେଇଛନ୍ତି ।

କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା । ତେବେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକ ୧୦ କିମି ଭିତରେ କରାଯାଇଥିଲା ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ,ପେନ୍, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଥିଲା । ସେହିଭଳି ମଧ୍ୟମା ପରୀକ୍ଷା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଥିଲା । ଏଥିସହ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେଇଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କଟକ ଜିଲ୍ଲାର ୨୮ ହଜାର ୮୫୪ ଜଣ ପରୀକ୍ଷାର୍ଥୀ,୧୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ ନ ହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତଥାପି ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ଆସିଛି । ଏନେଇ ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠିଛି । ବିରୋଧି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ ଗୃହରେ ପ୍ରବଳ ହଙ୍ଗମା କରିଥିଲେ । ଫଳରେ ଗୃହକୁ 4ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.