ETV Bharat / state

ପୁରୀରେ ବିମୋ ବିସ୍ପୋରଣ, ଜଣକୁ ଗିରଫ କଲା ପୋଲିସ - Bomb blast in Puri

author img

By ETV Bharat Odisha Team

Published : May 17, 2024, 5:57 PM IST

Bomb blast in Puri: ହାତରେ ବୋମା ଧରି ଛିଡା ହୋଇଥିଲେ । ହେଲେ ହାତରୁ ଖସି ଫୁଟିଗଲା ବୋମା । 2ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Bomb blast in Puri
Bomb blast in Puri (ETV Bharat Odisha)

ପୁରୀ: ଆଗକୁ ପୁରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କିଛି ଦିନ ହେବ ପୁରୀ ସହରରେ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ହେବ କେଉଁଠି ଏସିଡି ମାଡ ହେଲାଣି ତ ପୁଣି କତେବେଳେ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଉଛି । ତେବେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର କୋଲନୀର ମିଶ୍ର କଲୋନୀ ଲେନରେ ବୋମା ବିସ୍ଫୋରଣ ହୋଇଛି । ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ବିସ୍ଫୋରଣର ମୁଖ୍ୟଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି(ଗୁରୁବାର) ବୋମା ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣେ ମାର୍କଣ୍ଡଶ୍ୱର ସାହିର ନିତାଇ ଚରଣ ନାୟକ (୨୮) ହୋଇଥିବା ବେଳେ ଅନ୍ୟଜଣେ ହେଉଛି କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳର ବିକି ନାୟକ (୨୫) ବୋଲି ଜଣାପଡିଛି । ତେବେ ପୋଲିସ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ଆହତ ବିକି ନାୟକକୁ ଗିରଫ କରି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା 25ରେ ମତଦାନ କରିବେ ପୁରୀ ଭୋଟର, କେମିତି ରହିଛି ଭୋଟରଙ୍କ ମୁଡ୍ ? - Voters Mood

ପୋଲିସର ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ୪ ଟା ସମୟରେ ବିକି ନାୟକ ଶ୍ରୀକ୍ଷେତ୍ର କଲୋନୀ ମିଶ୍ର ଲେନ୍ ଠାରେ ତାର ସାଙ୍ଗ ନିତାଇ ଚରଣ ନାୟକ ସହ ଠିଆ ହୋଇଥିଲା । ଏହି ସମୟରେ ବିକି ହାତରେ ହାତ ତିଆରୀ ବୋମା ଧରିଥିଲା । ହତାଟ ବୋମାଟି ବିସ୍ଫରଣ ହୋଇଥିଲା । ଯାହାଫଳରେ ନିତାଇର ଗୋଡ, ହାତ ଏବଂ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ବିକି ମଧ୍ୟ ଆହତ ହୋଇଥିଲା । ତେବେ ଏହା ପରେ ସଙ୍ଗେସଙ୍ଗେ ଦୁଇଜଣଙ୍କ ଚିିକିତ୍ସା ପାଇଁ ସଦରମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ତେବେ ପୋଲିସ ବିକିକୁ ଥାନାକୁ ନେଇ ପଚରାଉଚରା କରିବା ସହ ବିକି ବରୋଧରେ କେସ ନଂ ୧୧୩/୨୪ଏକ ମାମଲା ରୁଜୁ କର ତଦନ୍ତ ଆରମ୍ଭ କରିଛି । ତେବେ ଆଗକୁ ନିର୍ବାଚନ ଥିବା ବେଳେ ପୁରୀ ସହରର ଆଇନ ସୃଙ୍ଖଲା ସ୍ଥିତି ବିଗିଡିବା କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଥାଉକି, ଆସନ୍ତା 25 ତାରିଖରେ ପୁରୀ ଭୋଟର ମତଦାନ କରି ପ୍ରତିନିଧୀ ବାଛିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.