ETV Bharat / state

ବେଲପା ନଦୀରେ ସେତୁ ନିର୍ମାଣ ପ୍ରସଙ୍ଗ: ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ

author img

By

Published : Jul 22, 2022, 11:00 PM IST

ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ: ବେଲପା ନଦୀରେ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ
ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ: ବେଲପା ନଦୀରେ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ । ସୋରଡ଼ାରୁ କନ୍ଦଳଵ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ରାସ୍ତା ବେଲପା ନଦୀ ଉପରେ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ । ଅଧିକ ପଢନ୍ତୁ

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସୋରଡ଼ା ଗ୍ରାମବାସୀ ଓ ଛାତ୍ରଛାତ୍ରୀ l ସୋରଡ଼ାରୁ କନ୍ଦଳଵ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରାସ୍ତା ବେଲପା ନଦୀ ଉପରେ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ କରାଯାଇଛି ।

ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ: ବେଲପା ନଦୀରେ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ

ଦୀର୍ଘ ଦିନ ହେବ ବେଲପା ନଦୀ ଉପରେ ଥିବା ସେତୁଟି ଭାଙ୍ଗି ଯାଇଥିବା ବେଳେ ଅଦ୍ୟାବଧି ନୂତନ ସେତୁ ନିର୍ମାଣ ହୋଇପାରିନାହିଁ l ଫଳରେ ସୋରଡ଼ାରୁ କନ୍ଦଳବ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ l ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହଇରାଣ ହରକତ ହେଉଛନ୍ତି l ବର୍ଷା ଦିନେ ପୋଲ ପାର ହୋଇ ଯିବା ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହେଉଛି l ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ ସେତୁ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା l ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀ l

ନୟାଗଡ଼,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.