ETV Bharat / state

ପୋଲିସ୍ ଯାଞ୍ଚ ସମୟରେ ଦୁର୍ଘଟଣା, ଆହତ ମେଡିକାଲରେ ଭର୍ତ୍ତି

author img

By

Published : Dec 18, 2020, 6:36 PM IST

Road accident in Nabarangpur during vehicle inspection
ପୋଲିସ୍ ଯାଞ୍ଚ ସମୟରେ ଦୁର୍ଘଟଣା, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର ଜିଲ୍ଲା ଉପକଣ୍ଠ କୁକୁଡାକନାରୀଠାରେ ପୋଲିସର ଯାଞ୍ଚ ସମୟରେ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାର ସହର ଉପକଣ୍ଠ କୁକୁଡାକନାରୀଠାରେ ଟ୍ରାଫିକ୍‌ ପୋଲିସ ଓ ଜିଲ୍ଲା ପୋଲିସର ମିଳିତ ଗାଡି ଯାଞ୍ଚ ସମୟରେ ଘଟିଛି ଦୁର୍ଘଟଣା । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଲିସ୍ ଯାଞ୍ଚ ସମୟରେ ଦୁର୍ଘଟଣା, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଏହି ଯାଞ୍ଚ ଚାଲିଥିବା ସମୟରେ ଟ୍ରାକ୍ଟର ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଛି । ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟର ଗାଡିକୁ ପଛକୁ ବୁଲାଇବା ସମୟରେ ଅସାବଧାନତା ଯୋଗୁଁ ପଛରେ ଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ତେବେ ଅଟୋରେ ଥିବା ମହିଳା ଗୁରୁତର ଆହତ ହୋଇଛନ୍ତି ।

ଆହତ ଜଣକ ହେଉଛନ୍ତି ନବରଙ୍ଗପୁର ମେଡିକାଲକୁ ନିଜ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ଡାବୁଗାଁ ବ୍ଲକ କେଲିଆର ଆଶାକର୍ମୀ ଲିପ୍ସା ପ୍ରଧାନ । ଆହତ ମହିଳାଙ୍କୁ ଗାଡି ଯାଞ୍ଚରେ ଥିବା ଆରଟିଓ ସବଇନ୍ସପେକ୍ଟର ମିଥୁନ ପ୍ରଧାନ ନିଜ ସରକାରୀ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.