ETV Bharat / state

ଭାରସାମ୍ୟ ହରାଇଲା ବାଇକ, ଚାଲିଗଲା ଜଣଙ୍କ ଜୀବନ

author img

By

Published : May 22, 2022, 7:16 AM IST

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର: କୋଷାଗୁମୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କୋଷାଗୁମୁଡା ଠାରୁ କୋଡିଙ୍ଗା ଯିବା ରାସ୍ତାରେ ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି l ମୃତକ ଜଣଙ୍କ ହେଉଛନ୍ତି ଦାଢ଼ିଆ ମାଝୀଗୁଡାର ଗୋବିନ୍ଦ ଭତ୍ରା ଓ ଆହତ ହେଉଛନ୍ତି ଉକିଆପାଲି ପଞ୍ଚାୟତ କୋଣ୍ଡାପଦର ଗାଁର ସୋନୁ ଭତ୍ରା ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ଉଭୟ କୋଣ୍ଡାପଦରରୁ ଦାଢ଼ିଆ ମାଝୀଗୁଡାକୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ କୋଷାଗୁମୁଡା ମେଡିକାଲକୁ ନେଇଥିବା ବେଳେ ଡାକ୍ତର ଗୋବିନ୍ଦକୁ ମୃତ ଘୋଷଣା କରିଥିଲେ । ତେବେ ଆହତ ଅବସ୍ଥାରେ ଥିବା ସୋନୁ ଭତ୍ରାଙ୍କ ଡାହାଣ ଗୋଡ଼ ଭାଙ୍ଗିଥିବା ସୂଚନା ଦେଇଥିଲେ ଡାକ୍ତର । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ଓ ଆହତଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.