ETV Bharat / state

ସୁରଭି କାର୍ଯ୍ୟକ୍ରମ ପାଇଁ ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ

author img

By

Published : Oct 28, 2022, 12:04 PM IST

ସୁରଭି କାର୍ଯ୍ୟକ୍ରମ: ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ
ସୁରଭି କାର୍ଯ୍ୟକ୍ରମ: ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ

ନବରଙ୍ଗପୁର ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ହୋଇଥିବା ଅଭିଯୋଗ ହୋଇଛି । ଏଥିଲାଗି ବିଭିନ୍ନ ବିଦ୍ୟାଳୟ ଠାରୁ ୫୦୦ରୁ ୫୦୦୦ ଟଙ୍କା ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟ (Dangarveja High School) ଠାରେ ଗତ ବୁଧବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଲାଗି ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ଠାରୁ ୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରିଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ନଜରକୁ ଆସିଛି । କିଛି ଶିକ୍ଷକ ଚାନ୍ଦା ଆଦାୟ କରାଯାଉଥିବା ନେଇ ଅଭିଯୋଗ କରିଥିବା ଯୁବ ସମାଜ ସେବୀ ବା ପ୍ରାଥମିକ ଶିକ୍ଷକ ସଂଘର ଆଇନ ପରାମର୍ଶଦାତା ଶ୍ରୀକାନ୍ତ କୁମାର ପଣ୍ଡା କହିଛନ୍ତି ।

ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ
ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ

ବ୍ଳକର ଜଣେ ବରିଷ୍ଠ ଶିକ୍ଷକ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ଏହି ଚାନ୍ଦା ଆଦାୟ ପ୍ରତ୍ୟେକ କାର୍ଯ୍ୟକ୍ରମରେ ହୁଏ । ସେମାନେ ଭବିଷ୍ୟତରେ ବ୍ଳକ ଅଧିକାରୀଙ୍କ ଠାରୁ ହଇରାଣ ହରକତ ହେବେ ସେଥିପାଇଁ ସେମାନେ ଏହାର ବିରୋଧ କରିପାରୁନାହାନ୍ତି । ଏ ବିଷୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ରମଣୀ ରଞ୍ଜନ ତ୍ରିପାଠୀ କହିଛନ୍ତି କିଛି ଶିକ୍ଷକ ଅଭିଯୋଗ କରିଛନ୍ତି ଓ ଅସନ୍ତୁଷ୍ଟ ଥିବା କହିଛନ୍ତି । ସତ୍ୟାସତ୍ୟ ଉନ୍ମୋଚନ କରାଯାଉ ବୋଲି ସେ ମତ ଦେଇଛନ୍ତି ।

ଏହା ବି ପଢନ୍ତୁ- ନବରଙ୍ଗପୁରରେ ଦ୍ଵିତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା, ମିଳିବ ଉନ୍ନତ ଚିକିତ୍ସା

ସୁରଭି କାର୍ଯ୍ୟକ୍ରମ: ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସରକାରଙ୍କ ଅନୁଦାନ ପନ୍ଦର ହଜାର ଟଙ୍କା ଆସିଛି କିନ୍ତୁ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ସୁଦ୍ଧା ଯଦି ସରକାରୀ ଅନୁଦାନ ଦିଆଯାଇନାହିଁ ତାହା ହେଲେ ସୁରଭି କାର୍ଯ୍ୟକ୍ରମ କାହା ଟଙ୍କାରେ ଖର୍ଚ୍ଚ ହୋଇଛି । ଏହାର ସତ୍ୟାସତ୍ୟ ପାଇଁ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହରିହର ବେହେରାଙ୍କୁ ଏବିଷୟରେ ପଚାରିବାରୁ ଏହାର କିଛି ସତ୍ୟତା ନାହିଁ ଓ ଏହା ଭିତ୍ତିହୀନ ବୋଲି ସେ କହିଛନ୍ତି । ତେଣୁ ଏ ବାବଦରେ ଦୋଷୀଙ୍କୁ ଚିହ୍ନଟ କରାଯାଇ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ସୂଚନା ଥାଉ କି ଶିଶୁମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ପ୍ରତିଯୋଗିତା ସୁରଭି। ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏ ପ୍ରତିଯୋଗିତା ବିଭିନ୍ନ ସ୍କୁଲରେ ଆୟୋଜିତ ହୋଇଥାଏ । ଏଥିରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ମଧ୍ୟ ବଣ୍ଟନ କରାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.