ETV Bharat / state

ନବରଙ୍ଗପୁରରେ ଦ୍ଵିତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା, ମିଳିବ ଉନ୍ନତ ଚିକିତ୍ସା

author img

By

Published : Oct 23, 2022, 10:25 AM IST

ନବରଙ୍ଗପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା । ରୋଗୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲା ପାଇଁ ବରଦାନ । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା
ନବରଙ୍ଗପୁରରେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା

ନବରଙ୍ଗପୁର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେଲା ନୂତନ ମାଇଲ ଖୁଣ୍ଟ । ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା'' ଯୋଜନା (Bayu swasthya seva scheme starts in Nabarangpur) । ଆଦିବାସୀ ଇଲାକାରେ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ।

ନବରଙ୍ଗପୁରରେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା''ର ଦ୍ଵିତୀୟ ପର୍ଯ୍ୟାୟ ପଞ୍ଜିକରଣ ସ୍ବାସ୍ଥ୍ୟ ପରୀକ୍ଷା (Bayu swasthya seva scheme) । ରାଜ୍ୟର ଖ୍ୟାତିନାମା ସୁପର ସ୍ପେଶାଲିଷ୍ଟ ଡାକ୍ତର ଆସି ଏଠାରେ ଚିକିତ୍ସା କରିବେ । ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଏହି ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା''କୁ ନେଇ ଦେଖାଦେଇଛି ପ୍ରବଳ ଉତ୍କଣ୍ଠା ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଉଛି ରୋଗୀ ପଞ୍ଜୀକରଣ ସହ ପ୍ରାଥମିକ ଚିକିତ୍ସା । ରାଜ୍ୟର ବଛା ବଛା ପ୍ରସିଦ୍ଧ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାଡିଓଲୋଜିଷ୍ଟ, ନେଷ୍ଟ୍ରୋ ଲୋଜିଷ୍ଟ, ଗେଷ୍ଟ୍ରୋ ନେଟେରୋ ଲୋଜିଷ୍ଟ, ରେଡିଓ ଲୋଜିଷ୍ଟ ବିଶେଷଜ୍ଞ ମାନେ ରୋଗୀ ନିକଟରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ । ନବରଙ୍ଗପୁର ଭଳି ଆଦିବାସୀ ଇଲାକାର ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡୁଥିଲା ବାହାର ବଡ଼ ମେଡିକାଲକୁ ଯିବା । ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଏହି ବିଶେଷଜ୍ଞ ମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ଏଭଳି ଡାକ୍ତରଙ୍କ ଦ୍ଵାରା ଉନ୍ନତ ସ୍ୱାସ୍ଥ୍ୟ ସେବା ନପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ବର୍ତ୍ତମାନ ନିଜ ହାତପାଆନ୍ତାରେ ସେହି ଡାକ୍ତରଙ୍କ ଦ୍ୱାରା ସେବା ପାଇ ବେଶ ଖୁସି ଅଛନ୍ତି l ଏହାସହ ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ ।

ସେହିପରି ବିଧାୟକ ସଦାଶିବ ପ୍ରଧାନି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା''ରେ ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିଥିବାରୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି । ନବରଙ୍ଗପୁର CDMO ମଧ୍ୟ ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା''କୁ ନେଇ ବ୍ୟାପକ ବ୍ୟବସ୍ଥା କରିଥିବା ପ୍ରକାଶ କରିବା ସହ ସମସ୍ତ ରୋଗୀ ମାନେ ଠିକ ଭାବେ ଚିକିତ୍ସିତ ହୋଇ ପାରିବେ ଏହା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି । ପଛୁଆ ଅଞ୍ଚଳରେ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜିଲ୍ଲାପାଳ ।

ଉପାନ୍ତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି ''ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା'' ଯୋଜନା । ଏହା ଅଧୀନରେ ରାଜ୍ୟର ପ୍ରମୁଖ ମେଡିକାଲ କଲେଜର ଦକ୍ଷ ଡାକ୍ତରମାନେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଲୋକଙ୍କୁ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି ।

ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲା ପାଇଁ ବରଦାନ ପାଲଟିଛି । ରାଜ୍ୟର ଦୁର୍ଗମ ଅଞ୍ଚଳର ରୋଗୀମାନେ ମଧ୍ୟ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ପାଇବାରେ ସକ୍ଷମ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ବେଳେ ଏବେ ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାକୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.