ETV Bharat / state

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା, ଜାତୀୟ ରାଜପଥ କଡ଼ରୁ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Oct 27, 2023, 8:47 AM IST

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ,ଜାତୀୟ ରାଜପଥ କଡ଼ରୁ ମୃତଦେହ ଉଦ୍ଧାର
ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ,ଜାତୀୟ ରାଜପଥ କଡ଼ରୁ ମୃତଦେହ ଉଦ୍ଧାର

ଯୁବକଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରି ରାସ୍ତା କଡକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରୀ ଛକ ନିକଟରେ ।

ସୂଚନା ଯୋଗ୍ୟ ଗୁରୁବାର ସକାଳେ ବାଦାମପାହାଡ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରୀ ଛକ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ କଡ଼ରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏ ସମ୍ପର୍କରେ ନିକଟସ୍ଥ ବାଦାମପାହାଡ ଥାନାରେ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ବାଦାମପାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍‌କୁ ସୂଚନା ଦେଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ...9ମାସ ମୃତ୍ୟୁ ସହ ସଂଘର୍ଷ କରି ହାରିଗଲେ ଅଧ୍ୟାପକ, ଛାତ୍ରଙ୍କ ମାଡରେ ହୋଇଥିଲେ ଗୁରୁତର

ସେପଟେ ଖବର ପାଇ ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି । ଯୁବକଙ୍କ ଗଳାକାଟି ହତ୍ୟା କରା ଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ଯୁବକଙ୍କ ବୟସ ୩୫ରୁ ୪୦ ହେବ ବୋଲି ଅନୁମାନ କରାଯାଉଛି ।

କେହି ଦୁର୍ବୃତ୍ତ ଉକ୍ତ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଯୁବକ ଜଣକ କେଉଁ ଅଞ୍ଚଳର ? କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ଏବଂ କିଏ ଏହି ହତ୍ୟା ଘଟଣାରେ ସାମିଲ ଅଛି ତାହା ଜଣାପଡିନାହିଁ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପୂର୍ବରୁ ଗତ କିଛି ଦିନତଳେ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ସମାଇଡିହି ଗ୍ରାମରେ ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ସ୍ୱାମୀରୁ ଗିରଫ କରିଥିଲା ପୋଲିସ । ଉଭୟ ରାଜୁ ଭକ୍ତା ଓ ଲକ୍ଷ୍ମୀ ଭକ୍ତାଙ୍କ ଘର ଟିଆଁସୀ ଗ୍ରାମରେ ହୋଇଥିବା ଥିବାବେଳେ ଦୁହେଁ ନିଜ ପିଉସୀ ଘର ସମାଇଡିହି ଗ୍ରାମକୁ ଆସିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.