ETV Bharat / state

ଥାନାରୁ ଫେରାର୍ ହେଲା ବାଇକ ଚୋର; ଆଇଆଇସିଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Nov 18, 2023, 1:28 PM IST

ଘାଗରବେଡା ଥାନାରେ ଉତ୍ତେଜନା
ଘାଗରବେଡା ଥାନାରେ ଉତ୍ତେଜନା

ମୟୂରଭଞ୍ଜ ଜିଲ୍ଲାର ଘାଗରବେଡା ଥାନାରେ ଉତ୍ତେଜନା । ଥାନାରୁ ବାଇକ ଚୋର ଖସି ଯିବାକୁ ନେଇ ସ୍ଥାନୀୟ ଲୋକେ ଥାନା ପରିସରରେ ପୋଲିସ ଗାଡି ଭାଙ୍ଗିବା ସହିତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ

ଘାଗରବେଡା ଥାନାରେ ଉତ୍ତେଜନା

ରାଇରଙ୍ଗପୁର: ଥାନାରୁ ବାଇକ ଚୋର ଖସିଯିବାକୁ ନେଇ ତାତିଲେ ଲୋକେ । ଥାନାରେ ପଶି ଭଙ୍ଗାରୁଜା କରିବା ସହ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଘାଗରବେଡା ଥାନାରେ ।

ସୂଚନା ଅନୁଯାୟୀ, ଜିଲ୍ଲାର ଘାଗରବେଡା ଥାନା ଅନ୍ତର୍ଗତ ନରଷଣ୍ଢା ଗାଁର ବାସିନ୍ଦା ମିଶି ଗତକାଲି ଜଣେ ପିଲାକୁ ବାଇକ ଚୋରି କରୁଥିବା ବେଳେ ଧରିଥିଲେ । ଏହାପରେ ଚୋରକୁ ଆଣି ଘାଗରବେଡା ଥାନାରେ ଜିମା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ ରାତିରେ ଅଭିଯୁକ୍ତ ଜଣକ ଥାନାରୁ ପୋଲିସ କର୍ମଚାରୀମାନଙ୍କୁ ଚକମା ଦେଇ ଖସି ପଳେଇବାରେ ସକ୍ଷମ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଶୁକ୍ରବାର ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଘାଗରବେଡା ଥାନା ଆସି ସେଠାରେ ପୋଲିସ ଗାଡ଼ି ଭଙ୍ଗା ରୁଜା କରିବା ସହ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ।

ପରେ ଘଟଣା ସମ୍ପର୍କରେ ଖବରପାଇ କରଞ୍ଜିଆ ଏସଡ଼ିପିଓ ସୁବ୍ରତ କୁମାର ଓ ରରୁଆଁ ବ୍ଳକ୍ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥି ସହିତ ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଶେଷରେ ଅଭିଯୁକ୍ତକୁ ଝାଡ଼ଖଣ୍ଡରୁ ପୋଲିସ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡ ରାଜ୍ୟ ମଝିଗାଁ ଥାନା ଅନ୍ତର୍ଗତ ଖଇରୀପାଳ ଗ୍ରାମର ବୋଲି ଜଣାପଡିଛି । ସେପଟେ ଥାନାରେ କର୍ମଚାରୀମାନଙ୍କୁ କିପରି ଚକମା ଦେଇ ଜଣେ ଅଭିଯୁକ୍ତ ଥାନାରୁ ଖସି ପଳାଇ ପାରିଲା ସେନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଭସାଣିରେ ଟେକା ପଥର ମାଡ଼, ମୃଦୁ ଲାଠି ଚାଳନା କଲା ପୋଲିସ

ଏହା ମଧ୍ୟ ପଢନ୍ତୁ- ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, 4 ପୋଲିସ କର୍ମୀ ଆହତ

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଗତକାଲି ଜଣେ ବାଇକ ଚୋରକୁ ଗାଁରେ ଧରାଯାଇଥିଲା । ଏହା ପରେ ତାକୁ ଗ୍ରାମବାସୀ ମିଶି ପୋଲିସର ଜିମା ଦେଇଥିଲେ । ହେଲେ ପୋଲିସ ତାକୁ ଜାଣିଶୁଣି ଛାଡି ଦେଇଛନ୍ତି । ଏନେ ଇଥାନା ପରିସରରେ ଉତ୍ତେଜନା କରିଥିଲୁ । ଏହାପରେ ସେମାନେ ଚୋରକୁ ନେଇ ଆସିଛନ୍ତି ।"

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.