ETV Bharat / state

ଭସାଣିରେ ଟେକା ପଥର ମାଡ଼, ମୃଦୁ ଲାଠି ଚାଳନା କଲା ପୋଲିସ

author img

By ETV Bharat Odisha Team

Published : Oct 26, 2023, 10:03 AM IST

Updated : Oct 26, 2023, 10:21 AM IST

ମା’ ଦୁର୍ଗାଙ୍କ ଭସାଣି ବେଳେ ବାଲେଶ୍ୱରରେ ଉତ୍ତେଜନା । ବାଲେଶ୍ଵର ସହରର ସିନେମା ଛକ ଠାରେ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାଳନା କରିଛି । ଏଥିରେ ଅନେକ ଆହତ ହୋଇଛନ୍ତି ।

durga puja immersion in balasore
durga puja immersion in balasore
ଭସାଣିରେ ଟେକା ପଥର ମାଡ଼

ବାଲେଶ୍ବର: ମା’ଙ୍କୁ ମେଲାଣି ବେଳେ ଅଶାନ୍ତ ହେଲା ବାଲେଶ୍ବର । ଗତକାଲି(ବୁଧବାର) ରାତିରେ ଭସାଣି ବେଳେ ଉତ୍ତେଜନା ପ୍ରକାଶ ପାଇଛି । କିଛି ଲୋକେ ପୋଲିସ ଉପରକୁ ଟେକା ପଥର ମାଡ କରିଛନ୍ତି । ଫଳରେ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ପିଏସଓ, ଜଣେ ପୋଲିସ କର୍ମଚାରୀ ଏବଂ 4 ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ମୃଦୁ ଲାଠି ଚାଳନା କଲା ପୋଲିସ ।

ସୂଚନା ଅନୁସାରେ, ଗତକାଲି(ବୁଧବାର) ବାଲେଶ୍ଵର ସହରର ସିନେମା ଛକ ଠାରେ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିବା । ଏହାକୁ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି । ସବୁକିଛି ଠିକ ଠାକ ଚାଲିଥିବା ବେଳେ ବିଳମ୍ବିତ ରାତିରେ ସାଉଣ୍ଡ ବନ୍ଦ କରିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ ଲାଇନ ହୋଇ ଛିଡା ହୋଇଥିବା ମେଢ଼ ଭିତରେ ପୋଲିସ ଉପରକୁ କିଛି ଲୋକ ଟେକା ପଥର ମାଡ଼ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଧରାଧାମରୁ ବିଦାୟ ନେଲେ ମା' ଜଗତଜନନୀ, ଦେବୀଗଡାରୁ ଦର୍ଶନ କଲେ ହଜାର ହଜାର ଭକ୍ତ

ଯେଉଁଥିରେ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ପିଏସଓ, ଜଣେ ପୋଲିସ କର୍ମଚାରୀ ଏବଂ 4 ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଛି । ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଖବର ପରେ ଘଟଣା ସ୍ଥଳରେ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଦତ୍ତାତ୍ରୋୟ ଭାଉସାହେବ ସିନ୍ଦେ, ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆଲୋଚନା କରିବା ପରେ ବକ୍ସ ବନ୍ଦ କରି ମେଢ ବିସର୍ଜନ ପାଇଁ ନିଆଯାଇଥିଲା । ଏମିତି ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ସିନେମା ଛକ, ମୋତିଗଞ୍ଜ, ମଣ୍ଡଳ ବଜାର, ବାରବାଟୀ ଆଦି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୂଚନା ଥାଉକି, ଦୁର୍ଗାପୂଜା ସମାପନ ପରେ ଗତକାଲି ଥିଲା ଭସାଣି । ମା’ ଜଗତଜନନୀଙ୍କୁ ବିଦାୟ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରାରେ ମା’ ଦୁର୍ଗାଙ୍କୁ ଧରାଧାମରୁ ବିଦାୟ ଦିଆଯାଇଛି । ସେପଟେ ସାଉଣ୍ଡକୁ ନେଇ ଜିଲ୍ଲାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୁରୁଖୁରୁରେ ସମାପନ ହୋଇଛି ମା’ଙ୍କ ଭସାଣ ଉତ୍ସବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 26, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.