ଧରାଧାମରୁ ବିଦାୟ ନେଲେ ମା' ଜଗତଜନନୀ, ଦେବୀଗଡାରୁ ଦର୍ଶନ କଲେ ହଜାର ହଜାର ଭକ୍ତ

By ETV Bharat Odisha Team

Published : Oct 26, 2023, 7:33 AM IST

thumbnail

କଟକ: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମହିଷାମର୍ଦ୍ଦିନୀ । ଭବ୍ୟ ଭସାଣ ଉତ୍ସବରେ ବିଦାୟ ନେଇଛନ୍ତି ମା' । କଟକରେ ଧୁମଧାମରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଦେବୀଗଡାରେ କୃତ୍ରିମ ପୋଖରୀରେ ବସର୍ଜନ କରାଯାଇଛି । ଅନୁକୂଳ ପାଗ ସହିତ ଶାନ୍ତିଶୃଙ୍ଖଳା ସହ କଟକରେ ଦେବୀ ମା' ଦୁର୍ଗାଙ୍କ ବିସର୍ଜନ ପର୍ବ ଶେଷ ହୋଇଛି । ବାଜା, ରୋଷଣି, ନାଚଗୀତର ତାଳେତାଳେ ମଣ୍ଡପରେ ପୂଜିତ ମୃଣ୍ମୟୀ ମୂର୍ତ୍ତି ଗୁଡିକୁ ଶୋଭାଯାତ୍ରାରେ ନିଆଯାଇ ନୀଦୀ ଓ ଜଳାଶୟରେ ବସର୍ଜନ କରାଯାଇଛି । କଟକ ଦେବୀଗଡାରେ ମୂର୍ତ୍ତୀ ବିସର୍ଜନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କୃତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରାଯାଇଛି । ଦେବିଗଡାରେ ଅସମ୍ବାଲ ଭିଡ଼ ଦେଖିବାକୁ ମିଳିଥିଲା । ମୂର୍ତ୍ତୀ ବିସର୍ଜନ ସ୍ଥଳ ଦେବୀଗଡା ନିକଟରେ ହଜାର ହଜାର ଲୋକଙ୍କ ଭିଡ଼ ଜମାଇଥିଲେ । ଉଭୟ ରାସ୍ତାରେ ଲୋକଙ୍କ ଭିଡ଼କୁ କଡ଼ନ କରିଥିଲା ପୋଲିସ । ମାଆଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଦେବୀଗଡାରେ  ଦର୍ଶନ କରିଥିଲେ । ଦେଖନ୍ତୁ ଭିଡ଼ିଓ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.