ମା'ଙ୍କୁ ମେଲାଣୀ ଦେଉଛନ୍ତି ରାଜଧାନୀବାସୀ

By ETV Bharat Odisha Team

Published : Oct 25, 2023, 10:52 PM IST

thumbnail

ଭୁବନେଶ୍ବର: ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପୁଛି ରାଜଧାନୀ । ଭସାଣୀ ଉତ୍ସବ ଦେଖିବାକୁ ଭିଡ ଜମିଛି । ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ମା'ଙ୍କୁ ମେଲାଣୀ ଦିଆଯାଉଛି । କୁଆଖାଇ ଓ ଦୟା ନଦୀରେ ବିସର୍ଜନ ପ୍ରକ୍ରିୟା ଚାଲୁ ରହିଛି। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମେଢ ଗୁଡିକୁ ବିସର୍ଜନ ପାଇଁ ଶୋୋଭାଯାତ୍ରା କରାଯାଇ ନିଆଯାଉଛି ।

ଏହା ବି ପଢନ୍ତୁ...କଟକରେ ଚାଲିଛି ମେଲାଣି ଶୋଭାଯାତ୍ରା, ସୁରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱରରେ ମା'ଙ୍କୁ ମେଲାଣି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବାବେଳେ ସବୁଠି ବିଏମସିର ଅଧିକାରୀ, ପୋଲିସ ଓ ଅଗ୍ନିଶମ ବିଭାଗ ମୁତୟନ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ୧୮୮ ଟି ପୂଜା ମେଢ଼ ରହିଛି। ଏହି ବିସର୍ଜନ ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.