ETV Bharat / state

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

author img

By ETV Bharat Odisha Team

Published : Dec 27, 2023, 10:33 AM IST

Similipal sanctuary reopen for tourists
Similipal sanctuary reopen for tourists

Similipal Sanctuary Reopen For Tourists: ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ୫ଦଫା ଦାବି ନେଇ ଆନ୍ଦୋଳନ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଗତ ନଭେମ୍ବର ୨୬ତାରିଖରୁ ଅଭୟାରଣ୍ୟ ବନ୍ଦ ରହିଥିଲା। ଅଧିକ ପଢନ୍ତୁ

Similipal sanctuary reopen for tourists

ରାଇରଙ୍ଗପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ତେବେ ୩ଟି ଗ୍ରାମ ପଞ୍ଚାୟତର ବାସିନ୍ଦା ୫ଦଫା ଦାବି ନେଇ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଗତ ନଭେମ୍ବର ୨୬ତାରିଖରୁ ବନ୍ଦ ରହିଥିଲା । ତେବେ ଏହାର ସମାଧାନ ହେବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଲା ।

ସୂଚନା ମୁତାବକ, ଶିମିଳିପାଳକୁ ପ୍ରବେଶ କରିବା ପାଇଁ ବାରିପଦା ସ୍ଥିତ ପିଠାବଟା ତନଖି ଫାଟକ ଓ ଯଶିପୁର ସ୍ଥିତ କାଳିକାପ୍ରସାଦ ତନଖି ଫାଟକ ରହିଛି । ତେବେ ୫ଦଫା ଦାବି ନେଇ ୩ଟି ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ଯଶିପୁର ସ୍ଥିତ କାଳିକାପ୍ରସାଦ ଗେଟ୍ ବନ୍ଦ କରି ଦେଇଥିବାରୁ ଗତ ନଭେମ୍ବର ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା । ୫ ଦଫା ଦାବିକୁ ନେଇ ଶିମିଳିପାଳ ମଧ୍ୟରେ ଥିବା ଅସ୍ତକୁଅଁର, ବରେହିପାଣି, ଗୁଡ଼ୁଗୁଡ଼ିଆ ଗ୍ରାମପଞ୍ଚାୟତର ଶହ ଶହ ଲୋକ ଆନ୍ଦୋଳନ କରିବା ସହ ମୁଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରି ଧାରଣା ପ୍ରଦର୍ଶନ କରିଥିଲେ । ତେବେ ସେମାନଙ୍କର 5 ଦଫା ଦାବି ମଧ୍ୟରେ ଅଧିକାଂଶ ସ୍ଥାନରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ, ମରାମତି କାର୍ଯ୍ୟ ଆଦି ରହିଥିଲା ।

ଏହା ମଧ୍ୟ ପଢନ୍ତୁ- ପୂରଣ ହେଉନି ସ୍ଥାନୀୟ ବାସିନ୍ଦାଙ୍କ ଦାବି, ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

ଏନେଇ ଆନ୍ଦୋଳନରେ ଥିବା ଶିମିଳିପାଳ ବିକାଶ ପରିଷଦ ସହିତ ଶିମିଳିପାଳ ଶାନ୍ତି କମିଟିର ଗତକାଲି ଚହଲାଠାରେ ଆଲୋଚନା କରାଯାଇଥିଲା । ଆଜିର ଉକ୍ତ ବୈଠକରେ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ ସହିତ ଶହ ଶହ ଗ୍ରାମବାସୀ ଉପସ୍ଥିତ ଥିଲେ । ତେବେ ବୈଠକରେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାପରେ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା । ତେବେ ଶିମିଳିପାଳ ବିକାଶ ପରିଷଦ ସହିତ ଆଲୋଚନା ସଫଳ ହୋଇଥିବା ବେଳେ ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି । ଏବେ ପର୍ଯ୍ୟଟନ ୠତୁ ଚାଲିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ ନକରି ପାରିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏଥିସହିତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବାରୁ ରାଜ୍ୟ ସରକାର କୋଟିକୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଇଛନ୍ତି । ହେଲେ ଆଜିଠାରୁ ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.