ETV Bharat / state

ପୂରଣ ହେଉନି ସ୍ଥାନୀୟ ବାସିନ୍ଦାଙ୍କ ଦାବି, ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

author img

By ETV Bharat Odisha Team

Published : Nov 26, 2023, 7:17 AM IST

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ ରାସ୍ତା । ଅଭୟାରଣ୍ୟର ମୁଖ୍ୟ ରାସ୍ତା ବନ୍ଦ କରି ଧାରଣା ରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା । ୫ ଦଫା ଦାବି ନେଇ ରାସ୍ତା ଅବରୋଧ କରିଥିବା ସୁଚନା । ଆଗକୁ ପଢ଼ନ୍ତୁ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ରାସ୍ତାକୁ ଅବରୋଧ କଲେ ଶତାଧିକ ଲୋକେ । ଅଭୟାରଣ୍ୟର ମୁଖ୍ୟ ରାସ୍ତା ବନ୍ଦ କରି ଧାରଣାରେ ବସିଥିଲେ ସ୍ଥାନୀୟ ବାସିନ୍ଦା । ୫ ଦଫା ଦାବି ନେଇ ରାସ୍ତା ଅବରୋଧ କରିଥିବା ସୁଚନା । ଆଜି(ରବିବାର)ଠାରୁ କିଛି ଦିନ ପାଇଁ ଶିମିଳିପାଳ ଅଭୟାରଣ୍ୟର ବରେହିପାଣି, କୁମାରୀ ଓ ଗୁଡୁଗୁଡିଆ ବନ୍ଦ ରହିବ ।

ଶିମିଳିପାଳ ଅଭୟାରଣ୍ୟ ରାସ୍ତାକୁ ଅବରୋଧ କଲେ ଶତାଧିକ ଲୋକ । ଶନିବାର ସକାଳ ୧୦ଟାରୁ ଶିମିଳିପାଳ ଅଭୟାରଣ୍ୟର ମୁଖ୍ୟ ରାସ୍ତା ବନ୍ଦ କରି ଧାରଣା ରେ ବସିଥିଲେ ସ୍ଥାନୀୟ ବାସିନ୍ଦା । ଏହି ଆନ୍ଦୋଳନରେ ୩ଟି ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଛନ୍ତି । କାଳିକାପ୍ରସାଦ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ ଶିମିଳିପାଳବାସୀ । ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ ନିମନ୍ତେ ଯଶିପୁର ସ୍ଥିତ କାଳିକାପ୍ରସାଦ ଗେଟଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ, ଶିମିଳିପାଳ ମଧ୍ୟରେ ମୋବାଇଲ ଟାୱାର, ଶିମିଳିପାଳ ମୁଖ୍ୟ ରାସ୍ତାରେ କାଠ ପୋଲ ବଦଳରେ କଂକ୍ରିଟ୍‌ ପୋଲ ନିର୍ମାଣ, ଶିମିଳିପାଳ ମଧ୍ୟରେ ଥିବା ରାଜସ୍ୱ ଗାଁଗୁଡିକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ଶିମିଳିପାଳ ଅଭୟାରଣ୍ୟର ଶିକ୍ଷିତ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ପର୍ଯ୍ୟଟନର ୠତୁ ଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଶିମିଳିପାଳ ଖୋଲିବା ପରଠାରୁ ପ୍ରତ୍ୟେକ ଦିନ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ସେପଟେ ଶିମିଳିପାଳ ଅଭୟାରଣ୍ୟର କାଳିକାପ୍ରସାଦ ଗେଟ ନିକଟରେ ଗ୍ରାମବାସୀମାନେ ବିଭିନ୍ନ ଦାବିକୁ ନେଇ ବନ୍ଦ କରିଥିବା ଘଟଣାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ କିଛି ଦିନ ପାଇଁ ଶିମିଳିପାଳ ଅଭୟାରଣ୍ୟର ବରେହିପାଣି, କୁମାରୀ ଓ ଗୁଡୁଗୁଡିଆକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଲେ ବାହାରୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ହନ୍ତ ଶନ୍ତ ହେବେ । କେବେ ଶିମିଳିପାଳ ବାସିନ୍ଦାଙ୍କ ଦାବି ସରକାର ଶୁଣୁଛନ୍ତି ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.