ETV Bharat / state

ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା

author img

By ETV Bharat Odisha Team

Published : Nov 25, 2023, 9:20 PM IST

ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ , ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା
ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ , ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା

ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରଙ୍ଗେଇଲୁଣ୍ଡା ବ୍ଳକ ସମୁଖରେ ପ୍ରତିବାଦ କଲା ବିଜେପି । ଅଧିକ ପଢନ୍ତୁ

ରଙ୍ଗେଇଲୁଣ୍ଡାରେ ବିଜେପିର ବିକ୍ଷୋଭ , ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜିଲେ ନେତା

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରଙ୍ଗେଇଲୁଣ୍ଡା ବ୍ଳକ ସମୁଖରେ ବିକ୍ଷୋଭ କରିଛି ଭାରତୀୟ ଜନତା ପାର୍ଟି । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକରେ ଗତ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତ ସମିତିର ବୈଠକ ହେଉନଥିବା ନେଇ ବିଭିନ୍ନ ମହଲରେ କ୍ଷୋଭ ରହିଥିବା ବେଳେ ବ୍ଲକର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳକୁ ଓହ୍ଲାଇଛି ଦଳ । ରାଜ୍ୟରେ ବିଜେପି ସମସ୍ତ ବ୍ଲକ ସମୁଖରେ ବିକ୍ଷୋଭ କରୁଥିବାବେଳେ ଆଜି ରଙ୍ଗେଇଲୁଣ୍ଡା ବ୍ଲକରେ ଦଳ ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ସାହୁଙ୍କ ସମେତ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି ତାହାକୁ ନେଇ ସମାଲୋଚନା କରିଛି ଦଳ । ଏହି ଅବସରରେ ରାସନକାର୍ଡରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବା ସହିତ ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାରଙ୍କ ଦୁର୍ନୀତି , ଭ୍ରଷ୍ଟାଚାର ବିରୋଧରେ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ.....ସବକଲେକ୍ଟର ଅଫିସ ଘେରାଉ ଚେତାବନୀ ଦେଲା ବିଜେପି

ଏପରିକି ସାରା ଜିଲ୍ଲାରେ ବିଭିନ୍ନ ବ୍ଳକରେ ବର୍ଷା ଅଭାବ ଫଳରେ ଅନେକ ଚାଷୀ ପ୍ରଭାବିତ ହୋଇଥିବା ଯୋଗୁଁ ତୁରନ୍ତ ମରୁଡି ଘୋଷଣା କରିବା ପାଇଁ ଦାବି କରିଛ ଦଳ । ଏହାସହ ଚାଷୀମାନଙ୍କୁ ରଣ ଛାଡ କରିବା, ଖରିଫ ଫସଲ ପାଇଁ ରଣ ପ୍ରଦାନ କରିବା ,ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚାଲିଥିବା ପ୍ରିୟାପ୍ରୀତି ପୋଷଣ ଦୂର କରି ଗରୀବ ହିତାଧିକାରୀଙ୍କୁ ଗୃହ ଯୋଗାଇ । ଏହାସହ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ହିତାଧିକାରୀ ଚୟନରେ ହେଉଥିବା ଦୁର୍ନିତୀ ବନ୍ଦ କରିବାକୁ ଦାବି ଦେବା ପାଇଁ ଦାବି କରିଛି ଦଳ । ଏହି ସମସ୍ତ ଅଭିଯୋଗକୁ ନେଇ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦଳ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି , ଜିଲ୍ଲା ପରିଷଦ ସଭ୍ୟ ବିନୋଦଚନ୍ଦ୍ର ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ରଜତ ପଣ୍ଡିତ, ମଣ୍ଡଳ ସଭାପତି ସନତ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀଜିଲ୍ଲା ମହିଳା ନେତ୍ରୀ ରତ୍ନଗର୍ଭା ସରସ୍ବତୀ ଶତପଥୀ ଏନ୍. ଭାଗିରଥି ରେଡିଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.