ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, 15 ଆହତ

author img

By

Published : Jun 27, 2023, 4:46 PM IST

Updated : Jun 27, 2023, 4:59 PM IST

road accident in baripada
ବାରିପଦାରେ ସଡ଼କ ଦୁର୍ଘଟଣା

ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୦ ଆହତ ସୂଚନା । ଅଧିକ ପଢ଼ନ୍ତୁ

ବାରିପଦାରେ ସଡ଼କ ଦୁର୍ଘଟଣା

ରାଇରଙ୍ଗପୁର: ମୟୂରଭଞ୍ଜରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାରିପଦା ପିଏମଆର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ନିକଟରେ ଏହି ଦୁର୍ଘଟଣାଟି ଘଟିଛି ।


ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଚନ୍ଦନେଶ୍ଵର ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଅଭିମୁଖେ ଆସୁଥିଲା ଗୀତାଞ୍ଜଳି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ । ବସରେ ୪୦ ରୁ ୪୫ ଜଣ ଯାତ୍ରୀ ଥିଲେ । ଆଜି (ମଙ୍ଗଳବାର) ଦିନ ପ୍ରାୟ ୧୦.୨୦ ସମୟ ପାଖାପାଖି ରଙ୍ଗାମାଟିଆ ଗ୍ରାମ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ।ରଙ୍ଗାମାଟିଆ ଗ୍ରାମ ଦେଇ ଯାଇଥିବା ରାସଗୋବିନ୍ଦପୁର-ବାରିପଦା ରାସ୍ତାରେ ଜଣେ ସ୍କୁଟି ଆରୋହୀ ହଠାତ୍ ବସ୍‌ ସମ୍ମୁଖକୁ ଚାଲି ଆସିବାରୁ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଦେଖି ମେଡ଼ିକାଲ କଲେଜର କିଛି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ପୋଲିସ, ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମସ୍ତ ଗୁରୁତର ଓ ଆହତ ମାନଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ବସ୍‌ରେ ପୁରୁଷ ଯାତ୍ରୀଙ୍କ ସହିତ ମହିଳା କିଛି ଛୋଟ ପିଲା ଓ କଲେଜ ଛାତ୍ରଛାତ୍ରୀ ମାନେ ଥିଲେ । ତେବେ ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି, ଗତ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଏକ ଘରୋଇ ବସ୍‌ ଓ ଓଆରସିଟିସି ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଇଟିିଭି ଭାରତ, ରାଇରଙ୍ଗପୁର

Last Updated :Jun 27, 2023, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.