ETV Bharat / politics

କାହା ମାଧ୍ୟମରେ ନବୀନ ସରକାର ଚାଲିଛି, ସେକଥା କହିବାର ଆବଶ୍ୟକତା ନାହିଁ: ଓମ ବିର୍ଲା - Om Birla Criticizes BJD Govt

author img

By ETV Bharat Odisha Team

Published : May 16, 2024, 10:54 PM IST

Om Birla Criticizes BJD Govt: ବାଚସ୍ପତି ଓମ ବିର୍ଲା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିକୁ ରାଜ୍ୟ ଓ କେନ୍ଦ୍ରରେ ଜିତାଇବା ପାଇଁ ଅପିଲ କରିଛନ୍ତି । ଗରିବ କଲ୍ୟାଣ, ଭିତ୍ତିଭୂମି ବିକାଶ ଓ ରୋଜଗାର ଦେବା କ୍ଷେତ୍ରରେ ବିଜେଡି ବିଫଳ ହୋଇଛି ବୋଲି କହିଛନ୍ତି ଓମ ବିର୍ଲା । ଅଧିକ ପଢନ୍ତୁ

Om Birla Criticizes BJD Govt
Om Birla Criticizes BJD Govt (ETV Bharat Odisha)

Om Birla Criticizes BJD Govt (ETV Bharat Odisha)

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ବାଚସ୍ପତି ଓମ ବିର୍ଲା ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଓଡିଶାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଲୋକମାନଙ୍କୁ ଦେଇଛନ୍ତି ଆହ୍ଵାନ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବହୁ ବୁଦ୍ଧିଜୀବୀ ତଥା କଟକ ଏବଂ ଭୁବନେଶ୍ଵରରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .... ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto

ସେ କହିଛନ୍ତି,"ଓଡିଶାରେ ଲୋକ ପରିବର୍ତ୍ତନ ପାଇଁ ମନ ବଳାଇସାରିଛନ୍ତି । ପୂର୍ବରୁ ବିଜେଡି ସରକାର ଦ୍ବାରା ଗରିବ କଲ୍ୟାଣ ନିମିତ୍ତ ଦିଆଯାଇଥିବା ପ୍ରତିଶୃତି ଗୁଡିକ ପୂରଣ କରାଯାଇନାହିଁ । ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟରେ ଯେତିକି ବିକାଶ ହେବା କଥା ସେତିକି ହୋଇ ପାରିନି । ଗରିବ କଲ୍ୟାଣ, ଭିତ୍ତିଭୂମି ବିକାଶ ଓ ରୋଜଗାର ଦେବା କ୍ଷେତ୍ରରେ ସରକାର ବିଫଳ ହୋଇଛି । ମୋଦିଙ୍କ ନେତୃତ୍ବରେ ଦେଶ ବିଶ୍ବରେ ଆଗକୁ ବଢୁଛି । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆସିଲେ ଉଭୟଙ୍କର ସହଭାଗିତାରେ ରାଜ୍ୟ ରେ ବିକାଶ ହେବ । ବିକଶିତ ଭାରତ-ବିକଶିତ ଓଡିଶାର ସ୍ବପ୍ନ ମଧ୍ୟ ସାକାର ହେବ ।"

ଏହା ମଧ୍ୟ ପଢନ୍ତୁ ....ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ, 'ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି' - Kharge Criticizes BJP BJD

ବିରୋଧୀଙ୍କ ଉପରେ କଟାକ୍ଷ କରି ଓମ ବିର୍ଲା କହିଛନ୍ତି," ଓଡିଆ ଲୋକଙ୍କ ସ୍ବାଭିମାନ ଜାଗି ଉଠିଛି । ଏନଡିଏ ଏଥର ୪୦୦ ପାର ହେବ । ଇଣ୍ଡିଆ ମେଣ୍ଟର ନିୟତ ନାହିଁ, ନେତା ନାହିଁ, ନୀତି ନାହିଁ । ସମସ୍ତ ସହଯୋଗୀ ଦଳ ନିଜସ୍ବ ଘୋଷଣାପତ୍ର ବାହାର କରୁଛନ୍ତି ।" ଏହା ସହିତ ସେ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ କହିଛନ୍ତି, "ଓଡ଼ିଶାର ଶାସନ କାହା ମାଧ୍ୟମରେ ଚାଲିଛି, ସେକଥା କହିବାର ଆବଶ୍ୟକତା ନାହିଁ । ତାହା ଭୋଟରେ ପ୍ରତିଫଳିତ ହେବ । କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବ ।" ତେଣୁ ଭୋଟର ମାନେ ଏହି ତଥ୍ୟକୁ ଆଧାର କରି ଭୋଟଦେବାକୁ ଅନୁରୋଧ କରିଛନ୍ତି ଓମ ବିର୍ଲା । ନୂଆ କାର୍ଯ୍ୟଦକ୍ଷ ସରକାର ଉପରେ ଗୁରୁତ୍ବ ଦେଇ ଭୋଟ ଦେବାକୁ ଅପିଲ କରିଛନ୍ତି ବାଚସ୍ପତି ଓମ ବିର୍ଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.