ETV Bharat / state

ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 26, 2023, 6:10 AM IST

Updated : Jun 26, 2023, 1:31 PM IST

ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 11ଜଣଙ୍କର ମୃତ୍ୟୁ । ମୃତକଙ୍କୁ ପରିବାରକୁ 3 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତ୍ୟୁ ସଂଖ୍ୟା 11 ନେଇ ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

several died after bus accident in Ganjam
several died after bus accident in Ganjam

several died after bus accident in Ganjam

ବ୍ରହ୍ମପୁର: ଭୋଜି ଖାଇ ହସଖୁସିରେ ଫେରୁଥିଲେ । ବାଟରେ ଛକିଥିଲା ମୃତ୍ୟୁ । ଭୟଙ୍କର ସଡକ ଦୁର୍ଘଟଣାରେ 11 ଜଣ ଆଖି ବୁଜିଥିବା ବେଳେ 6 ଜଣ ଗୁରୁତର ହୋଇଛନ୍ତି । ରବିବାର ରାତି ପ୍ରାୟ 1ଟା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ବସରେ ଅନେକ ଯାତ୍ରୀ ଥିବା ବେଳେ 6 ଜଣ ଗୁରୁତର । ସମସ୍ତଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ, 4 ମହିଳା ଓ 2 ଜଣ ଶିଶୁ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

several died after bus accident in Ganjam

ମୃତକଙ୍କ ପରିବାରକୁ 3 ଲକ୍ଷ ସହାୟତା ଘୋଷଣା: ଏହି ଦୁର୍ଘଟଣା ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ 3 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯିବ। ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପୂର୍ବରୁ ଆହତଙ୍କୁ ଚିକିତ୍ସା ନିମନ୍ତେ 30 ହଜାର ଟଙ୍କା ପ୍ରଦାନ କରାଯାଇଥିବା ଏସଆରସି ଟ୍ବିଟ କରି ସୂଚନା ଦେଇଥିଲେ ।

  • In a tragic bus accident last night near Khemundi college under Sanakhemundi tahasil,10 people died. 8 injured persons under treatment at MKCG Medical College, Berhampur. ₹30 thousands provided to each injured person for treatment under supervision of @Ganjam_Admin .

    — SRC, Govt of Odisha (@SRC_Odisha) June 26, 2023 " class="align-text-top noRightClick twitterSection" data=" ">

ଭୋଜି ଖାଇ ଫେରୁଥିଲେ ବସ ସହ ବସର ଧକ୍କା: ଗତକାଲି(ରବିବାର) ବିଳମ୍ବିତ ରାତି ପ୍ରାୟ 1ଟା ସମୟରେ ଦିଗପହଣ୍ଡି ଡେଙ୍ଗାଓସ୍ତା ରାସ୍ତାରେ ଓଏସଆରଟିସି ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଓଏସଆରଟିସି ବସଟି ରାୟଗଡା ଗୁଡାରିରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ବିବାହ ଭୋଜିରେ ଯୋଗ ଦେଇ ବ୍ରହ୍ମପୁରରୁ ଫେରୁଥିଲା । ହଠାତ୍‌ ଦିଗପହଣ୍ଡି ଠାରେ ଦୁଇ ବସ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଥିଲେ । ସମସ୍ତ ମୃତକ ଓ ଆହତ ଘରୋଇ ବସରେ ବସିଥିବା ଯାତ୍ରୀ । କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ କାରଣ ଜଣାପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଦିଗପହଣ୍ଡି ଆଇଆଇସି, ଏସଡିପିଓ, ଏସପି ଓ ଜିଲ୍ଲାପାଳ ପହଞ୍ଚିଥିଲେ । ଅଗ୍ନିଶମବାହୀନି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକ ମାନେ ହେଲେ ସୀତାରାମ ପ୍ରଧାନ (60 ବର୍ଷ), ସଞ୍ଜୟ ମେଦିନ୍ ରୟ (50), ତ୍ରିପତି ପ୍ରଧାନ, ଆୟୁଷ, ସଙ୍ଗିତା ଡାକୁଆ (25), ସୁଜ୍ଞାନି (27), ଶିବାନୀ ପ୍ରଧାନ (27), ଲିଟୁ ନାୟକ (40), ଦେବାଂଶୁ ପ୍ରଧାନ( 2 ବର୍ଷ), ଆଲୋକ ପ୍ରଧାନ (14), ହାର୍ଦ୍ଧିକ(1) । ସମସ୍ତେ ପାଟପୁର ଥାନା ଖଣ୍ଡଦୋଳି ଗ୍ରାମର।

ଏନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ''ଦୁର୍ଘଟଣା ସମ୍ପର୍କରେ ରାତି 2ଟାରେ ଆମ ପାଖକୁ ଖବର ଆସିଥିଲା । ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲକୁ ପଠାଯାଇଛି । ବାହାଘରରୁ ଗୋଟିଏ ଯାତ୍ରୀବାହୀ ବସ ଫେରୁଥିବା ବେଳେ ଓଏସଆରଟିସି ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଛି । ''

ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, ''ଦିଗପହଣ୍ଡି ଗାଁରୁ ଡେଙ୍ଗାଓସ୍ତା ମଧ୍ୟରେ ରାତିରେ 1ଟାରେ ଓଏସଆରଟିସି ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସମସ୍ତେ ଘରୋଇ ବସରେ ଥିଲେ । 6 ଜଣ ମଧ୍ୟ ଆହତ ହୋଇଛନ୍ତି । ଜଣେ ବସ ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବସ ଡ୍ରାଇଭର ପତ୍ତା ମିଳିପାରିନି । ଏହି ଘଟଣା ନେଇ ତଦନ୍ତ ଜାରି ରହିଛି ।''

ଇଟିଭି ଭାରତ,ବ୍ରହ୍ମପୁର

Last Updated : Jun 26, 2023, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.