ETV Bharat / state

ଅତିଷ୍ଠ କଲେଣି ହାତୀ ପଲ, ଘଉଡାଇବା ଦାବିରେ ୨୨୦ନଂ ଜାତୀୟ ରାଜପଥ ଅବରୋଧ

author img

By

Published : Oct 20, 2022, 12:12 PM IST

ହାତୀ ଘଉଡ଼ାଇବା ଦାବିରେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ
ହାତୀ ଘଉଡ଼ାଇବା ଦାବିରେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ । ଯାହାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀଙ୍କ ଉପଦ୍ରବ । ଏଠାରେ ବାରମ୍ବାର ହାତୀ ଉପଦ୍ରବ ଗ୍ରାମବାସୀଙ୍କୁ ଅତିଷ୍ଠ କରିଛି । ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜ ଅଫିସ ସମ୍ମୁଖ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଗ୍ରାମବାସୀ ।

ହାତୀ ଘଉଡ଼ାଇବା ଦାବିରେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ

ହାତୀ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଉଚିତ କ୍ଷତିପୂରଣ ଦାବି କରିଛନ୍ତି । ରାସ୍ତା ଉପରେ ଟାୟାର ଜାଳି ହାତରେ ଧାନ ଧରି ବିକ୍ଷୋଭ କରିଛନ୍ତି । ସୂଚନାନୁସାରେ ଗତ କିଛିଦିନ ହେବ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ଏବଂ କରଞ୍ଜିଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଲା ମାତ୍ରେ ତାଟି କବାଟ ପକାଇ ଘରେ ରହିବାକୁ ପଡ଼ୁଛି।ଏପରିକି ଜରୁରୀ କାମ ପଡ଼ିଲେ ବାହାରକୁ ବାହାରିବାକୁ ମଧ୍ୟ ଡରୁଛନ୍ତି ଗାଁ ଲୋକେ ।

ଏହାମଧ୍ୟ ପଢ଼ନ୍ତୁ : କରଞ୍ଜିଆରେ ପୁଣି ହାତୀ ଉପଦ୍ରବ: କ୍ଷତିପୂରଣ ଦାବିରେ ୧୦ ବନ କର୍ମଚାରୀ ବନ୍ଧକ

ଏବେ ଧାନ ଅମଳ ହେବାକୁ ଯାଉଥିବା ସମୟରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ଏହି ହାତୀପଲ । ହାତୀପଲ ଧାନ ଫସଲକୁ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଏପରିକି ଲୋକଙ୍କର ଏକର ଏକର ଚାଷଜମି ନଷ୍ଟ କରିଦେଇଛନ୍ତି । ତେଣୁ ହାତୀ ଜନିତ କ୍ଷୟକ୍ଷତି ହୋଇଥିବା ଶତାଧିକ ଗ୍ରାମବାସୀ ଦୁଧିଆଣୀ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ଦିନ ୧୧.୩୦ମିନିଟ ସମୟରୁ ରାସ୍ତା ଅବରୋଧ କରିଥିଲେ । ଏହାସହିତ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ କରିଥିଲେ ।

କାରଣ ଋଣ କରି ଫସଲ କରିଛନ୍ତି ଗ୍ରାମବାସୀ । ହାତୀ ଆସି ସବୁ ଫସଲ ନଷ୍ଟ କରିଦେଇଛି । ଆଖି ଆଗରେ ସୁନା ଫସଲ ନଷ୍ଟ ହେବା ପରେ ଚିନ୍ତାରେ ଚାଷୀକୂଳ । କିପରି ଋଣ ସୁଝା ଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ । ବନରକ୍ଷୀମାନେ ହାତୀ ଘଉଡ଼ାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.