ETV Bharat / state

୫ଦଫା ଦାବିରେ ଅଭୟାରଣ୍ୟର ମୁଖ୍ୟ ଫାଟକ ଆଗରେ ଶିମିଳିପାଳ ବାସିନ୍ଦାଙ୍କ ପ୍ରତିବାଦ

author img

By ETV Bharat Odisha Team

Published : Oct 14, 2023, 7:17 AM IST

ଶିମିଳିପାଳ ବାସିନ୍ଦାଙ୍କ ୫ଦଫା ଦାବି ନେଇ ଅଭୟାରଣ୍ୟର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ
ଶିମିଳିପାଳ ବାସିନ୍ଦାଙ୍କ ୫ଦଫା ଦାବି ନେଇ ଅଭୟାରଣ୍ୟର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ

ଶିମିଳିପାଳ ଖୋଲିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ମୁଖ୍ୟ ଗେଟକୁ ବନ୍ଦ କଲେ ଶିମିଳିପାଳ ବାସିନ୍ଦା । ୫ ଦଫା ଦାବି ନେଇ ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଶିମିଳିପାଳ ବାସିନ୍ଦାଙ୍କ ୫ଦଫା ଦାବି ନେଇ ଅଭୟାରଣ୍ୟର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ଖୋଲିବା ପୂର୍ବରୁ ମୁଖ୍ୟ ଗେଟ ଆଗରେ ଧାରଣା ଦେଲେ ଶିମିଳିପାଳ ବାସିନ୍ଦା । ଶିମିଳିପାଳ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଯଶିପୁର ସ୍ଥିତ କାଳିକା ପ୍ରସାଦ ତନଖି ଫାଟକ ସମ୍ମୁଖ ରାସ୍ତା ଅବରୋଧ କରାଯାଇଛି । ଶିମିଳିପାଳ ମଧ୍ୟରେ ରହିଥିବା ସମସ୍ୟାକୁ ନେଇ ୫ ଦଫା ଦାବିରେ ଶହ ଶହ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୪ ତାରିଖ ଅର୍ଥାତ ଆଜିଠୁ ଖୋଲିବା ପାଇଁ ବନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ପୂର୍ବରୁ ୫ ଗୋଟି ଦାବି ନେଇ ଯଶିପୁର କାଳିକା ପ୍ରସାଦ ଗେଟ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଶିମିଳିପାଳ ବାସିନ୍ଦା । ଏହି ଆନ୍ଦୋଳନରେ ୩ଟି ଗ୍ରାମପଞ୍ଚାୟତର ଶହ ଶହ ଲୋକମାନେ ସାମିଲ ହୋଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଥିଲା । ତେବେ ଆଜି ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ...ବୁର୍ଲାରେ ଜବରଦଖଲ ଉଚ୍ଛେଦକୁ ବିରୋଧ, 12 ଘଣ୍ଟିଆ ବନ୍ଦ ପାଳନ କରୁଛି ନାଗରିକ କମିଟି

ସ୍ଥାନୀୟ ବାସିନ୍ଦାଙ୍କ ୫ଟି ଦାବି ହେଲା କାଳିକା ପ୍ରସାଦ ତନଖି ଫାଟକ ଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ଶିମିଳିପାଳ ମଧ୍ୟରେ ମୋବାଇଲ ଟାୱାର ନିର୍ମାଣ, ଶିମିଳିପାଳ ମୁଖ୍ୟ ରାସ୍ତାରେ କାଠ ପୋଲ ବଦଳରେ କଂକ୍ରିଟ ପୋଲ ନିର୍ମାଣ, ଶିମିଳିପାଳ ମଧ୍ୟରେ ଥିବା ରାଜସ୍ୱ ଗାଁ ଗୁଡିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ଶିମିଳିପାଳ ଅଭୟାରଣ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ।

ଦାବି ପୂରଣ ନ ହେଲେ ତିନୋଟି ଗ୍ରାମପଞ୍ଚାୟତ ଯଥା ଗୁଡୁଗୁଡିଆ, ବରେହିପାଣି ଓ ଅସ୍ତକୁଅଁର ଗ୍ରାମପଞ୍ଚାୟତର ଲୋକେ ମୁଖ୍ୟ ଗେଟ ଖୋଲିବେ ନାହିଁ କି ଆଜି ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଭିତରକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ତେବେ ଯଶିପୁର ଥାନା ପୋଲିସ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ବୁଝାସୁଝା କରୁଥିବା ବେଳେ ଏହି ଆନ୍ଦୋଳନକୁ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ଜଣାପଡିଛି । ଏହାପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ତେବେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.