ETV Bharat / state

ବୁର୍ଲାରେ ଜବରଦଖଲ ଉଚ୍ଛେଦକୁ ବିରୋଧ, 12 ଘଣ୍ଟିଆ ବନ୍ଦ ପାଳନ କରୁଛି ନାଗରିକ କମିଟି

author img

By ETV Bharat Odisha Team

Published : Oct 13, 2023, 11:03 AM IST

ବୁର୍ଲା ନାଗରିକ କମିଟି ପକ୍ଷରୁ ଆଜି ବୁର୍ଲାରେ ବନ୍ଦ ପାଳନ କରାଯାଉଛି। ବୁର୍ଲାରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି 12 ଘଣ୍ଟିଆ ବୁର୍ଲା ବନ୍ଦ। ଅଧିକ ପଢନ୍ତୁ

burla bandh
burla bandh
burla bandh

ସମ୍ବଲପୁର: ଆଜି 12 ଘଣ୍ଟିଆ ବୁର୍ଲା ବନ୍ଦ ଡାକରା। ସ୍ଥାୟୀ ପଟ୍ଟା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବୁର୍ଲା ନାଗରିକ କମିଟି ଏହି ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବରେ ସକାଳ 6ଟାରୁ ବୁର୍ଲାରେ ବନ୍ଦ ପାଳନ ଆରମ୍ଭ ହୋଇଛି । ବୁର୍ଲା ସହରର ଦୋକାନ, ବଜାର, ସରକାରୀ, ବେସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ, କୋର୍ଟ, କଚେରୀ , ସ୍କୁଲ, କଲେଜ ସବୁ ବନ୍ଦ ରହିଛି l ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଜାରି ରହିବ । ମୁଖ୍ୟତଃ ଜବର ଦଖଲ ଉଚ୍ଛେଦକୁ ବିରୋଧ ଓ ଉଚ୍ଛେଦ ପୂର୍ବରୁ ଥଇଥାନ, ବୁର୍ଲାବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଇତ୍ୟାଦି ଦାବି ନେଇ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ସମ୍ବଲୁପୁର ବରଗଡ଼ ଦେଇ ବୁର୍ଲା ସହରକୁ ପ୍ରବେଶ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି ।

ଆଜି ସକାଳୁ ସକାଳୁ ବୁର୍ଲା ସହରରେ ବନ୍ଦ ପାଳନ ଆରମ୍ଭ ହୋଇଛି । ବୁର୍ଲା ନାଗରିକ କମିଟି ପକ୍ଷରୁ ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରିବା ସହ ଧାରଣା ଜାରି ରଖିଛନ୍ତି । ବୁର୍ଲା ଏମସିଏଲ କାର୍ଯ୍ୟାଳୟ ଆଗରେ ମଧ୍ୟ ପ୍ରତିବାଦ କରାଯାଉଛି l ଏନେଇ ଜଳ ଆନ୍ଦୋଳନକାରୀ କହିଛନ୍ତି ଯେ, ପୁରା ବୁର୍ଲାବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜନସାଧାରଣ ଏହି ବନ୍ଦ ଡାକରା ଦେଇଛନ୍ତି। 70 ବର୍ଷହେବ ବୁର୍ଲାରେ ଯେଉଁ ମାନେ ସରକାରୀ ଯାଗାରେ ରହି ଆସୁଛନ୍ତି ସେମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ ସରକାର ନିର୍ବାଚନ ସମୟରେ କହୁଛନ୍ତି । କିନ୍ତୁ ନିର୍ବାଚନ ପରେ ତାହା ଭୁଲି ଯାଉଛନ୍ତି। ବୁର୍ଲାର ଜନସାଧାରଣଙ୍କୁ ଯେଉଁ ପରି ଭାବର୍ ଉଚ୍ଛେଦ କରାଯାଇଛି, ତାହାର ପ୍ରତିବାଦକରି ବୁର୍ଲାବାସୀଙ୍କୁ ସ୍ଥାନୀୟ ପଟ୍ଟା ପ୍ରଦାନ ପାଇଁ ବନ୍ଦ ପାଳନ କରାଯାଉଛି । ବୁର୍ଲାରେ ବନ୍ଦର ପ୍ରଭାବ ରହିଛି, ପ୍ରତ୍ୟେକଙ୍କ ଘରୁ ଜଣେ ଜଣେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆଗକୁ ବୁର୍ଲାରେ ନିଆଁ ଜଳିବ, ଆଉ ଏଥି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-Dharmagarh Bandh: ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ଧର୍ମଗଡ ବନ୍ଦ

ଅନ୍ୟ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ, ଜନସାଧାରଣଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଆଜି 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ବର୍ଷ ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି, କିନ୍ତୁ ସରକାର ବିକାଶ ନାଁରେ ଯେଉଁ ବିନାଶ କରୁଛନ୍ତି ତାହା ଆମେ ବିରୋଧ କରୁଛୁ । ରାସ୍ତା ଚଉଡ଼ା କରିବାନାରେ ଉଚ୍ଛେଦ କରାଯାଉଛି, ଏହା ଅତ୍ୟନ୍ତ ନିନ୍ଦନୀୟ । ସ୍ଥାୟୀ ପଟ୍ଟା ପ୍ରଦାନ କର ତାପରେ ଉଚ୍ଛେଦ କରାଯାଉ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.