ETV Bharat / state

ମର୍ଣ୍ଣିଂ ୱାକ୍ ହେଲା କାଳ, ଅଜଣା ଗାଡି ଧକ୍କା ଯୁବକ ମୃତ

author img

By ETV Bharat Odisha Team

Published : Dec 14, 2023, 12:39 PM IST

road accident
road accident

Rairangpur Road Accident: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ । ଯତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର : ମର୍ଣ୍ଣିଂ ୱାକ୍ ହେଲା କାଳ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଆଜି(ଗୁରୁବାର) ସକାଳେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ଚିରୁଗୋଡା ସାହିର ଛୁଟୁନ ବୋଦ୍ରାଙ୍କ ପୁଅ ଶିବ ବୋଦ୍ରା ବୋଲି ଜଣାପଡିଛି । ଅଜଣା ଗାଡ଼ିଟି ଯୁବକ ଜଣଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁଯାୟୀ, ଆଜି ଭୋର ସକାଳ ପ୍ରାୟ ୫ଟା ବହଳଦା ଅଞ୍ଚଳ ଚିରୁଗୋଡା ସାହିର ଶିବ ବୋଦ୍ରା ପ୍ରାତଃ ଭ୍ରମଣରେ ଯାଇଥିଲେ । ତେବେ ଚାଲି ଚାଲି ବହଳଦା ବାଇପାସ୍ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଅଜଣା ଟ୍ରକ ଶିବକୁ ଧକ୍କା ଦେବା ସହ ଚାପି ଦେଇ ସେଠାରୁ ଖସି ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିବ ବୋଦ୍ରାର ମୃତ୍ୟୁ ଘଟିଥିଲା । ତେବେ ଏନେଇ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହା ମଧ୍ୟ ପଢନ୍ତୁୃ- ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ଦୁଇ ଆହତ

ଏହା ମଧ୍ୟ ପଢନ୍ତୁ - କେନ୍ଦ୍ରାପଡ଼ାରେ ସଡକ ଦୁର୍ଘଟଣାରେ 2 ମୃତ

କ୍ଷତିପୂରଣ ଦାବିରେ ସକାଳୁ ପାଖାପାଖି ଏକ ଘଣ୍ଟା ଧରି ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ସେପଟେ ଖବରପାଇ ବହଳଦା ଥାନା ଅଧିକାରୀ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ବହଳଦା ତହସିଲଦାର ଭକ୍ତବନ୍ଧୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବହଳଦା ତହସିଲଦାର ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦,୦୦୦ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ । ଏଥି ସହିତ ସ୍ଥାନୀୟ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ୩୦୦୦ ଟଙ୍କା ପ୍ରଦାନ କରିଥିଲେ । ଏହାପରେ ପରିସ୍ଥିତି ସ୍ବାଭାବିକ ହେବାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲେ । ଏଥି ସହିତ ବହଳଦା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକ୍‌କୁ ଖୋଜିବାରେ ଲାଗିଛି ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.