ETV Bharat / state

ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ଦୁଇ ଆହତ

author img

By ETV Bharat Odisha Team

Published : Dec 13, 2023, 8:05 AM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା
ମର୍ମନ୍ତୁଦ ସଡକ ଦୁର୍ଘଟଣା

Ranital Road Accident: 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଦ୍ରକ: 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ତାରେ ଅନ୍ୟ ଦୁଇ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଅନୁଯାୟୀ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ କାର କୌଣସି କାରଣରୁ ଭାରସାମ୍ୟ ହରାଇ 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ସେହି କାର ମଧ୍ୟରେ ଥିବା ଚାରି ଜଣ ଯାକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଆଶ୍ଚର୍ଯ୍ୟ ! ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ତାଡି ନେଇଗଲେ

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନ୍ନତି ହେବାରୁ ସେମାନଙ୍କୁ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହିପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣା ପଡ଼ି ନଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ କାରକୁ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ମୃତକ ଦୁଇ ଜଣ ହେଲେ ଅଶୋକ ମହାନ୍ତି, ଯାହାଙ୍କ ବୟସ 45 ବର୍ଷ ଏବଂ କାରର ଚାଳକ ସତ୍ୟ ରଞ୍ଜନ ସାହୁ, ଯାହାଙ୍କ ବୟସ 32 ବର୍ଷ । ଗୁରୁତର ଅବସ୍ତାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଦୁଇ ଜଣ ହେଲେ ଶେଷ ଦେବ ରଥ, ଯାହାଙ୍କ ବୟସ 58 ବର୍ଷ ଏବଂ ପରେଶ ସାହୁ, ଯାହାଙ୍କ ବୟସ 43 ବର୍ଷ ଜଣାପଡ଼ିଛି । ଏହି ସମସ୍ତ ମୃତାହତମାନେ ଭୁବନେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.