ETV Bharat / state

କେନ୍ଦ୍ରାପଡ଼ାରେ ସଡକ ଦୁର୍ଘଟଣାରେ 2 ମୃତ

author img

By ETV Bharat Odisha Team

Published : Dec 10, 2023, 8:24 AM IST

kendrapara Road Accident: କେନ୍ଦ୍ରାପଡ଼ା ରାଜକନିକା ବଜାର ନିକଟ ବରିପଡା ଠାରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ସମେତ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଧିକ ପଢନ୍ତୁ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବଜାର ନିକଟ ବରିପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ ସ୍କୁଟି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ସମେତ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଫେରାର ହୋଇଯାଇଛି । ଖବର ପାଇ ଅଗ୍ନିଶମ ସେବା ଅଧିକାରୀ ଓ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ଦିନ ରାଜକନିକା ବଜାର ନିକଟ ବରିପଡା ଠାରେ ସଡକ ଦୁର୍ଘଟଣା ଘଟିଯାଇଛି । 2 ଜଣ ବ୍ୟକ୍ତି ସ୍କୁଟି ଯୋଗେ ଆସୁଥିବା ବେଳେ ସାମ୍ନା ପଟରୁ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା । ଏହି ବାଇକ ଧକ୍କାରେ ସ୍କୁଟିରେ ବସିଥିବା 2 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇପଡିଥିଲେ । ଦୁହିଁଙ୍କୁ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗ ଓ ରାଜକନିକା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ସେବା ଅଧିକାରୀ ଓ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. କନ୍ଧମାଳରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ; ୯ ଆହତ

ମୃତକମାନେ ରାଜକନିକା ଥାନା ଅଧିନ ପାରି ନୂଆପଡ଼ା ହାବଳଗଣ୍ଡ ଗ୍ରାମ ପଞ୍ଚାୟତ କଇଥାପାଳ ଗ୍ରାମର ଅମୂଲ୍ୟ ନାୟକଙ୍କ ପୁଅ ରମେଶ ଚନ୍ଦ୍ର ନାୟକ ଓ କୃଷ୍ଣଚନ୍ଦ୍ର ନାୟକଙ୍କ ପୁଅ ଖଗେଶ୍ବର ନାୟକ । ସେମାନେ ବଜାରରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀ ବାଇକ୍ ଛାଡି ସେଠାରୁ ଫେରାର ହୋଇଯାଇଛି । ରାଜକନିକା ପୋଲିସ ଘଟଣାସ୍ଥଳରୁ ବାଇକ୍ ଓ ସ୍କୁଟିକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ରମେଶ ନାୟକ ଓ ଖଗେଶ୍ବର ନାୟକଙ୍କ ମୃତ୍ୟୁରେ ତାଙ୍କ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗତ ସପ୍ତାହକୁ "ଶୂନ୍ୟ ମୃତ୍ୟୁ ସପ୍ତାହ" ପାଳନ କରିଥିବା ବେଳେ ଦୁଇଦିନ ନ ଯାଉଣୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କ ମନରେ ଦୁଃଖ ଦେଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.