ଶିମିଳିପାଳରେ ଚାଲିଥିଲା ହାତୀଦାନ୍ତ ଡିଲ୍, 4 ଗିରଫ

ଶିମିଳିପାଳରେ ଚାଲିଥିଲା ହାତୀଦାନ୍ତ ଡିଲ୍, 4 ଗିରଫ
ଶିମିଳିପାଳରେ ପୁଣି ସକ୍ରିୟ ହୋଇଛନ୍ତି ଜଙ୍ଗଲ ମାଫିଆ । ହାତୀଦାନ୍ତ ଡିଲ ବେଳେ ମାଡି ବସିଲା ବନ ବିଭାଗ । ଦୁଇଟି ହାତୀଦାନ୍ତ ଜବତ କରିବା ସହ ୪ ଅଭିଯୁକ୍ତ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ
ରାଇରଙ୍ଗପୁର: ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଜଙ୍ଗଲ ମାଫିଆ । ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀଦାନ୍ତ ବେପାରୀ ସକ୍ରିୟ ହୋଇ ଉଠିଛନ୍ତି । ହାତୀ ଦାନ୍ତ ଡିଲ ହେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବନବିଭାଗ ଦୁଇଟି ହାତୀଦାନ୍ତ ଜବତ କରିବା ସହ ୪ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନସ୍ଥ ଦିଲଗଞ୍ଜ ଅଞ୍ଚଳରେ ଚାଲିଥିଲା ହାତୀ ଦାନ୍ତ ଡିଲ । ତେବେ ଆଜି ସକାଳୁ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚମ୍ପାଝର ଗ୍ରାମପଞ୍ଚାୟତର ଦିଲଗଞ୍ଜ ଅଞ୍ଚଳରେ ଡିଲ ହେଉଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ୨ଟି ବଡ଼ ବଡ଼ ହାତୀଦାନ୍ତ ସହିତ ୪ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ବ୍ୟବହୃତ ୩ଟି ବାଇକ ମଧ୍ୟ ଜବତ କରିଛି । ତେବେ ଘଟଣାସ୍ଥଳରୁ ଆଉ ୨ ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇ ଏ ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ । ତେବେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ...ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ
ଜବତ ହୋଇଥିବା ହାତୀ ଦାନ୍ତ ଦୁଇଟିର ଓଜନ ୧ କେଜି ୯୫୦ ଗ୍ରାମ ଓ ୧ କେଜି ୮୫୦ ଗ୍ରାମ ହୋଇଥିବା ବେଳେ ଗିରଫ ହୋଇଥିବା ଚାରି ଜଣ ଅଭିଯୁକ୍ତ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ହୁରଡିସାହି ଗ୍ରାମର ସ୍ୱର୍ଗତ ସଞ୍ଜ ସିଂଙ୍କ ପୁଅ ନିତ୍ୟାନନ୍ଦ ସିଂ ଓ ଚୁମୁରୁ ସିଂ, କୁଲଢି ଗ୍ରାମର ମୁତୁରା ସିଂ ଙ୍କ ପୁଅ ଲଚ୍ଛୁ ସିଂ ଏବଂ ମହୁଲଡିହା ଥାନା ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଲାଠି ବାଙ୍କିରାଙ୍କ ପୁଅ ରାଜୁ ବାଙ୍କିରା । ଏହି ଚଢ଼ାରେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀଙ୍କ ସମେତ କରଞ୍ଜିଆ ଏବଂ ସାତକୋଶିଆ ବନ କର୍ମଚାରୀ ସାମିଲ ହୋଇଥିଲେ ।ଏହା ପୂର୍ବରୁ ହାତୀଦାନ୍ତ ଡିଲ ବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ । ସେମାଙ୍କ ଠାରୁ ୪ଟି ହାତୀଦାନ୍ତ ଜବତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ .....ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ୍, ମାଡି ବସିଲା ବନବିଭାଗ
ଇଟିଭି ଭାରତ, ମୟୂରଭଞ୍ଜ
