ETV Bharat / state

ଡାହାଣୀ ସନ୍ଦେହରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୧୨ ଘଣ୍ଟା ଧରି ୨ ଜଣକୁୁ ନିର୍ଯାତନା

author img

By ETV Bharat Odisha Team

Published : Nov 29, 2023, 10:13 PM IST

ଡାହାଣୀ ସନ୍ଦେହରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୧୨ ଘଣ୍ଟା ଧରି ୨ ଜଣକୁୁ ନିର୍ଯାତନା
ଡାହାଣୀ ସନ୍ଦେହରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୧୨ ଘଣ୍ଟା ଧରି ୨ ଜଣକୁୁ ନିର୍ଯାତନା

ମୟୂରଭଞ୍ଜରେ ପ୍ରଜାକୋର୍ଟ । ଡାହାଣୀ ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ୧୨ ଘଣ୍ଟା ଧରି ଗୋଟିଏ ଘରେ ବାନ୍ଧି ନିର୍ଯାତନା ଦେଲେ ଗ୍ରାମବାସୀ । ୭ ଜଣଙ୍କ ନାମରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ...

ଡାହାଣୀ ସନ୍ଦେହରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୧୨ ଘଣ୍ଟା ଧରି ୨ ଜଣକୁୁ ନିର୍ଯାତନା

ରାଇରଙ୍ଗପୁର: ପୁଣି ଥରେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରଜାକୋର୍ଟ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଏକ ଘରେ ବାନ୍ଧି ନିର୍ଯାତନା ଦେଇଥିବାର ଖବର ଏବେ ସାମ୍ନାକୁ ଆସିଛି । ତେବେ ଏପରି କିଛି ସମ୍ବେଦନଶୀଳ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ । ୭ ଜଣ ନାମରେ ମାମଲା ରୁଜୁ । ପୋଲିସର ତଦନ୍ତ ଜାରି ।

ଗତ ସୋମବାର ବିଳମ୍ୱିତ ରାତିରେ ଜଣେ ମହିଳା ଓ ଜଣେ ପୁରୁଷ ଅଙ୍ଗାରପଦା ଗ୍ରାମର ମଶାଣିରେ ଉଲଗ୍ନ ହୋଇ ପୂଜା କରୁଥିଲେ । ତେବେ ଏସବୁର ଖବର ଗ୍ରାମବାସୀ ଜାଣିବା ପରେ ରାତିରେ ହିଁ ଗାଁ ଲୋକେ ମଶାଣିକୁ ଯାଇ ଉଭୟ ମହିଳା ଓ ପୁରୁଷଙ୍କୁ ଧରି ଆଣି ଗୋଟିଏ ଘରରେ ରଖିଥିଲେ । ସେଠାରେ ଦୀର୍ଘ ୧୨ ଘଣ୍ଟା ଧରି ଅଟକ ରଖି ବାନ୍ଧି ଦେବା ସହ ମାଡ ମାରିବା ସହ ଅସହ୍ୟ ନିର୍ଯାତନା ଦେଇଥିଲେ ।

ତେବେ ଗତ କାଲି ଗାଁରେ କଙ୍ଗାରୁ କୋର୍ଟ ଚାଲିଥିବା ସମୟରେ ଯଶୀପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଉଭୟ ପୁରୁଷ ଓ ମହିଳା ଜଣକୁ ଉଦ୍ଧାର କରିଥିଲା ।‌ ପରେ ପୀଡିତ ପୁରୁଷ ଜଣକ ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହିକ୍ରମରେ ଯଶିପୁର ଥାନା ପୋଲିସ ଅଙ୍ଗାରପଦା ଗାଁର ୭ ଜଣଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଯଶିପୁର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


ଏହା ମଧ୍ୟ ପଢନ୍ତୁ......ଅନ୍ଧବିଶ୍ବାସର ଅନ୍ଧଗଳି: ଡାହାଣୀ ସନ୍ଦେହରେ ବଡ ଯାଆକୁ ପିଟି ପିଟି ହତ୍ୟା

ତେବେ କରଞ୍ଜିଆ ଏସଡିପିଓ ସୁବ୍ରତ କୁମାର କହିଛନ୍ତି,"ଡାହାଣୀ ବୋଲି ବିଶ୍ୱାସ କରନ୍ତୁ ନାହିଁ ବିଜ୍ଞାନ ଯୁଗରେ ଯଦି କୌଣସି ଦେହ ଖରାପ ହୁଏ , ତାହାଲେ ହସ୍ପିଟାଲରେ ଯାଆନ୍ତୁ । ଗୁଣି ବୋଲି କିଛି ନାହିଁ ଯୁଗ ବଦଳି ସାରିଛି । ଏହି ସବୁରେ ବିଶ୍ୱାସ କରିବାଟା ଭୂଲ । ଯଦି କାହ ଉପରେ ସନ୍ଦେହ ଆସୁଛି, ତାହାଲେ ପୋଲିସରେ ଖବର ଦିଅନ୍ତୁ । ଆମେ ତାହାର ତଦନ୍ତ କରିବୁ । ଆଇନକୁ ହାତକୁ ନିଅନ୍ତୁ ନାହିଁ । ଗାଁରେ କୌଣସି କୋର୍ଟ ବସାନ୍ତୁ ନାହିଁ ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.