ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି: ଡାହାଣୀ ସନ୍ଦେହରେ ବଡ ଯାଆକୁ ପିଟି ପିଟି ହତ୍ୟା

author img

By ETV Bharat Odisha Team

Published : Nov 19, 2023, 5:04 PM IST

Updated : Nov 19, 2023, 5:36 PM IST

ବଡ ଯାଆକୁ ପିଟିପିଟି ହତ୍ୟା କଲା ସାନ ଯାଆ
ବଡ ଯାଆକୁ ପିଟିପିଟି ହତ୍ୟା କଲା ସାନ ଯାଆ

ଅନ୍ଧବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା । ବଡ ଯାଆକୁ ପିଟିପିଟି ହତ୍ୟା କଲା ସାନ ଯାଆ । ଅଧିକ ପଢ଼ନ୍ତୁ

ବଡ ଯାଆକୁ ପିଟିପିଟି ହତ୍ୟା କଲା ସାନ ଯାଆ

କେନ୍ଦୁଝର: ମଣିଷ ସମାଜ ବିଶଂ ଶତାବ୍ଦୀରେ ପାଦ ଥାପିଲାଣି । ବିଜ୍ଞାନ ଯୁଗରେ ଅସମ୍ଭବକୁ ସମ୍ଭବରେ ପରିଣତ କରି ସାରିଲାଣି । ହେଲେ ଆଜି ଏମିତି ମଣିଷ ଅଛନ୍ତି ଯେଉଁମାନେ ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି । ଗୁଣ ଗାରେଡ଼ିକୁ ନେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ । ଏବେ ପୁଣି ଏକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି । ଯେଉଁଠି ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଖୋଦ୍ ସାନ ଯାଆ ହିଁ ନିଜ ବଡ଼ ଯାଆର ହତ୍ୟାକାରୀ ସାଜିଛି । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଲୋକେ କେତେ ଯେ ନିଷ୍ଠୁର ହୋଇ ପଡନ୍ତି ତାହା ଏହି ଘଟଣା ହିଁ ବୟାନ କରୁଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମର ହିକିନ ମାଝୀଙ୍କ ସ୍ତ୍ରୀ ଦୋଲି ମାଝୀଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯାଆ ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଗତକିଛି ଦିନ ତଳେ ସିନିଙ୍ଗା ମାଝୀଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ । ଏହି କାରଣରୁ ବଡ଼ ଯାଆ ଗୁଣି ଗାରେଡ଼ି କରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରିଥିଲେ ସାନ ଯାଆ । ଏହାକୁ ନେଇ ଗତକାଲି(ଶନିବାର) ରାତିରେ ଦୋଲି ଘରେ ଶୋଇଥିବା ବେଳେ ତାଙ୍କ ସାନ ଯାଆ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......ଡାହାଣୀ ସନ୍ଦେହରେ ତାଲିବାନୀ ଅତ୍ୟାଚାର ! ମା’ ଓ ଝିଅକୁ ନିସ୍ତୁକ ମାଡ ମାରି ଗାଁରୁ କଲେ ବାସନ୍ଦ

ତେବେ ସାନ ଯାଆର ଆକ୍ରମଣରେ ବଡ଼ ଯାଆ ଦୋଲି ଗୁରୁତର ହୋଇପଡ଼ିଥିବା ବେଳେ ଦୋଲିଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲିଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାନ ଯାଆଙ୍କ ପରିବାର ଲୋକେ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ପୋଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

Last Updated :Nov 19, 2023, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.