ETV Bharat / state

ଡାହାଣୀ ସନ୍ଦେହରେ ତାଲିବାନୀ ଅତ୍ୟାଚାର ! ମା’ ଓ ଝିଅକୁ ନିସ୍ତୁକ ମାଡ ମାରି ଗାଁରୁ କଲେ ବାସନ୍ଦ

author img

By

Published : Feb 25, 2023, 1:12 PM IST

ଗୁଣି ଗାରେଡି ସନ୍ଦେହରେ ମହିଳା ଓ ବୃଦ୍ଧାଙ୍କୁ ଆକ୍ରମଣ କଲେ ଗ୍ରାମବାସୀ । ରାତି ଅଧରେ ଗ୍ରାମରୁ ବାହର କରିବା ପରେ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

mother and daughter attacked by villagers
mother and daughter attacked by villagers

mother and daughter attacked by villagers

ରାଇରଙ୍ଗପୁର: ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମନୁଷ୍ୟ । ଅନ୍ଧବିଶ୍ବାସକୁ ନେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟି ଜଘନ୍ୟକାଣ୍ଡ । କେତେ ବେଳେ କାହାକୁ ହତ୍ୟା କରାଯାଉଛି ତ ଆଉ କିଏ ଆକ୍ରମଣର ଶିକାର ହେଉଛି । ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । ଗ୍ରାମରେ ଅଚାନକ କିଛି ଯୁବକଙ୍କ ମୃତ୍ୟୁ ହେବାରୁ ନିଷ୍ଠୁର ପାଲଟିଗଲେ ଗ୍ରାମବାସୀ । ଗୁଣି ଗାରିଡେ ସନ୍ଦେହରେ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ମାଡ ମାରିବା ସହ ଗଙ୍ଗାରୁ କୋର୍ଟ କରାଇବା ପରେ ଜଙ୍ଗଲରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଝାଟିଅଡା ଗ୍ରାମର ବାଲି ହେମ୍ବ୍ରମ ନାମକ ଜନୈକ ମହିଳା ତାଙ୍କ ବୃଦ୍ଧା ମାଆ ଓ ଦୁଇ ପିଲାଙ୍କୁ ନେଇ ବସବାସ କରନ୍ତି । ମହିଳାଙ୍କ ସ୍ବାମୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । କିଛି ଦିନ ପୂର୍ବରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ହେମ୍ବ୍ରମ ଓ ତାଙ୍କ ବୃଦ୍ଧା ମାଆଙ୍କ ଉପରେ ଗୁଣ ଗାରେଡ଼ି ସନ୍ଦେହ କରି ଦୋଷ ଆରୋପ କରିଥିଲେ ।

ଏହାପରେ ଗତ ବୁଧବାର ଦିନ ବାଲି ହେମ୍ବ୍ରମଙ୍କୁ ଘୋଷାଡି ଘୋଷାଡି ମାଡ ମାରିବା ପରେ କଙ୍ଗାରୁ କୋର୍ଟ କରାଇଥିଲେ ଗ୍ରାମବାସୀ। ଏହାପରେ ବୃଦ୍ଧା ଜଣଙ୍କୁ ମଧ୍ୟ ଏକ ଗଛରେ ବାନ୍ଧି ଦେଇଥିଲେ । ଶେଷରେ ହେମ୍ବ୍ରମ ତାଙ୍କ ମାଆ ଓ 2 ପିଲାଙ୍କୁ ରାତିରେ ଗାଁରୁ ତଡି ଦେଇ ଜଙ୍ଗଲରେ ଛାଡି ଦେଇଥିଲେ । ଏହାପରେ କେବେ ବି ଗ୍ରାମକୁ ନଫେରିବାକୁ ଧମକ ଦେଇଥିଲେ ଗ୍ରାମବାସୀ ।

ଭୟରେ ମାଆ ଝିଅ ଓ ତାଙ୍କ ଦୁଇ ପିଲା ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରିଥିଲେ । ସକାଳ ହେବା ମାତ୍ରେ ମହିଳା ଜଣକ ପ୍ରଥମେ ଅମର୍ଦା ଫାଣ୍ଡି ପରେ ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ରାସଗୋବିନ୍ଦପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଆପୋଷ ସମାଧାନ ପାଇଁ ସମସ୍ତ ଗାଁ ଲୋକେ ଥାନାରେ ହାଜର ହୋଇଥିବା ବେଳେ ପୀଡିତାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସମାଧାନ ହୋଇପାରିନଥିଲା । ତେବେ ମହିଳାଙ୍କ ସ୍ବାମୀ ବାହାରୁ ଆସିଲା ପରେ ସମାଧାନର ବାଟ ବାହାରୁଛି ନା ନାହିଁ ଏବେ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.