ETV Bharat / state

ବୋହୁକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଶଶୁରକୁ ନିସ୍ତୁକ ମାଡ଼, ବେକରେ ପିନ୍ଧାଇଲେ ଜୋତାମାଳ

author img

By

Published : Feb 28, 2023, 10:50 PM IST

Updated : Feb 28, 2023, 11:00 PM IST

ରାଇରଙ୍ଗପୁରରେ କଙ୍ଗାରୁ କୋର୍ଟ
kangaroo court in rairangpur

ବୋହୂକୁ ଦୁଷ୍କର୍ମ ଉଦ୍ୟମରେ ଶ୍ବଶୁରଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ବୋହୂ ପ୍ରତି ଅଶୋଭନୀୟ ଆଚରଣ ଶ୍ବଶୁରକୁ ପଡ଼ିଲା ମହାଙ୍ଗା । ଗାଁ ଦାଣ୍ଡରେ ହାତ ଗୋଡ ବାନ୍ଧି ବେକରେ ପିନ୍ଧାଇଲେ ଜୋତାମାଳ । କାମୁକ ଶ୍ବଶୁରକୁ କଙ୍ଗାରୁ କୋର୍ଟରେ ଶାସ୍ତି ଦେଲେ ଗ୍ରାମବାସୀ । ଶେଷରେ ଥାନାର ଦ୍ବାରସ୍ଥ ହେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ।

ଏହା ମଧ୍ୟ ପଢ଼ନ୍ତୁ: Odisha Assembly: ବିଜେଡି ସଂକେତ ଦେଲା ଆଗାମୀ ନିର୍ବାଚନରେ ବିରୋଧୀ ଭୂମିକା ନିଭାଇବ: ମୋହନ ମାଝୀ

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ସୋମବାର ରାତିରେ ଜନୈକ ମହିଳା ନିଜ ଘରେ ଶୋଇଥିଲେ । ସ୍ବାମୀ ମାମୁଁ ଘରକୁ ଯାଇଥିବା ବେଳେ ଶାଶୁ ମଧ୍ୟ ଘରେ ନଥିଲେ । ବୋହୂ ଏକୁଟିଆ ଥିବାର ଦେଖି ଶ୍ୱଶୁର କାଳିଚରଣ ମୁର୍ମୁ ଘର ଭିତରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ବୋହୂଟି କୌଶଳ କ୍ରମେ ସେଠାରୁ ଖସି ଆସି ପାଖ ପଡୋଶୀଙ୍କୁ ଘଟଣା ବିଷୟରେ ଅବଗତ କରାଇ ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ । ସେଠାରେ ଝିଅର ପରିବାର ଲୋକେ ଶ୍ୱଶୁର କାଳିଚରଣ ମୁର୍ମୁ ଏବଂ ସ୍ୱାମୀ ସୁକୁଲ ମୁର୍ମୁକୁ ନିଜ ଗ୍ରାମକୁ ଡକାଇ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାତି ପାହିଲେ ଯୁକ୍ତ ଦୁଇ ପରୀକ୍ଷା, 3ଲକ୍ଷ 38ହଜାର 747 ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍

ସ୍ବାମୀ ଓ ଶ୍ବଶୁର ଉଭୟ ଉକ୍ତ ଗ୍ରାମକୁ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ସେଠାକାର ଗ୍ରାମବାସୀ ଗାଁ ଦାଣ୍ଡରେ ଶ୍ୱଶୁର କାଳିଚରଣକୁ ନିସ୍ତୁକ ମାଡ଼ ମାରିବା ସହିତ ବେକରେ ଜୋତାମାଳ ପିନ୍ଧାଇଥିଲେ । ମହିଳାଙ୍କ ଶ୍ବଶୁର ଏବଂ ସ୍ବାମୀକୁ ଗାଁଦାଣ୍ଡରେ ବସାଇ ମାଡ଼ ମାରିଥିଲେ । ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଘଟଣାର ଫଇସଲା କରିବାକୁ ଚାହିଁଥିଲେ ଗ୍ରାମବାସୀ । ହେଲେ ଖବର ପାଇ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶ୍ବଶୁର କାଳି ଚରଣ ମୁର୍ମୁକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ କାମୁକ ଶ୍ୱଶୁରକୁ କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼ ମାରି ବୋହୂକୁ ନ୍ୟାୟ ଦେବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ । ଶେଷରେ ପୀଡ଼ିତା ବୋହୂ ଜଣକ ଉଦଳା ଥାନାରେ ଲିଖିତ ଅଭିଯୋଗ କରି ପୋଲିସ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Feb 28, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.